Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Comedy Fantasy Inspirational

4  

Bharatabandhu Biswal

Comedy Fantasy Inspirational

କୋକୁଆ

କୋକୁଆ

1 min
225



ଫୋନ୍ ଲଗେଇକି ପଚାରିଲେ ଅଜା

କ'ଣ କିରେ ନାତି ନଟିଆ

ଆଈ କହୁଥିଲା ଫୋନ୍ କରିଥିଲୁ

କଥା ଅଛି ଅର୍ଜେଣ୍ଟିଆ ।

ନଟିଆ କହିଲା କହୁଅଛି ଅଜା

ଶୁଣୁଥିବ ଡେରି କର୍ଣ୍ଣ

ଶୁଭୁନାହିଁ ତୁମ କାନକୁ ଭଲକି

ତେଲ ମୋଟେ ପକାଉନ ।

ଗଜ ଗଜ ହୋଇ ପାଞ୍ଚ ଦଶ ଥର

କହିବାକୁ ନାହିଁ ବେଳ

କେତେ ଅଛି କାମ ଜାଣିଛ ମୋହର

ଟିକିଏ ବି ନାହିଁ ତର ।

ଲାଜ ନାହିଁ ତୋତେ ଏଠିକି ଥୋବରା

ଦେଖାଉ ଭେଳିକି ମୋତେ

ବଳଉଛି କେଉଁ କାମଟା ତୋହର

କହିଲୁ ନଟିଆ ଟିକେ ।

କହିଲା ନଟିଆ ଅନଲାଇନ୍ ରେ

ଚାଲୁଅଛି ପାଠପଢ଼ା

କରୋନା କାରଣୁ କୋକୁଆର ଭୟ

ଝୁଲୁଛି ସ୍କୁଲରେ ତାଲା ।

ଗାଳି ଦେଉଛନ୍ତି ମାଆବାପା ଖାଲି

ମିଳୁନାହିଁ ହାତଖର୍ଚ୍ଚା

କେମିତି ଚାଲିବ ମୋବାଇଲ ମୋର

ଜୀରୋ ଅଛି ବାଲାନ୍ସଟା ।

ପ୍ରିମିୟମ ଲିଗ୍ କ୍ରିକେଟ୍ ଚାଲିଛି

ପିଟୁଛନ୍ତି ଛକା ଚୈ।କା

ଜଡ଼ ଟିଏ ପରି ନଟିଆ ତୁମର

ବସିଅଛି ହୋଇ ବୋକା ।

ଗୁଗୁଲ୍ ପେ ବା ପେଟିଏମ୍ ଖୋଲ

ଟଙ୍କା କିଛି ଛାଡ଼ି ଦିଅ

ଆକାଉଣ୍ଟ ମୋର ଦେଖିବ ଭଲକି

ନ କରିବ ଭୁଲ୍ ଭାଲ ।

ହସୁଥିଲେ ଅଜା ଠାହାକା ମାରିକି

କହିଲେ ମେଞ୍ଚଡ ନଟ

ହରିକାଠ ହୋଇ ବସୁଛୁ କାହିଁକି

ବୁଲାଉନୁ ତୋର ବ୍ୟାଟ ।

ଛକା ଚୈ।କା ପରି ଖସିବ ଆକାଶୁ

ପୁଳା ପୁଳା ହୋଇ ଟଙ୍କା

ଚତୁର ବିଲୁଆ ପାଠପଢ଼ା ନାମେ

ନଟିଆ ମାରୁଛୁ ଫାଙ୍କା ।

ପଠେଇ ଦଉଚି ଏଇ ଥର ବାବୁ

ରିଚାର୍ଜ କରିବୁ ଫୋନ

ପଚାରି ବୁଝିବି ମୋ ବୋପାମାଙ୍କଠୁ

ପଢୁଥାଆ ସାବଧାନ ।


   



Rate this content
Log in

Similar oriya poem from Comedy