କନ୍ୟା ବଞ୍ଚାଅ
କନ୍ୟା ବଞ୍ଚାଅ
କନ୍ୟା ତୁମର ଉତ୍ତରୋତ୍ତର ସାମ୍ପ୍ରତ,
ବିସ୍ମୃତ ଜନ୍ମ ଦେଇ ହୋଇଥିଲା ମାତ ।
ଗର୍ଭରେ ଥାଇ ଦେଇଥିଲୁ କେତେ କଷ୍ଟ,
ଦଶମାସ ସହିଛି ସେ ଗୋଇଠା ନାଟ ।
ଭୂମିଷ୍ଠ କରିଛି ସେହି ବରସ୍ତ୍ରୀ ତୋତେ,
ନାମ ଦେଇ ପରିଚିତ କରିଛି ତୋତେ ।
ଶିଶୁରୁ କୈଶୋର ଅବସ୍ଥାରେ ପାର୍ଥକ୍ୟ,
ତୋର ଶିଶୁଟିଏ ହେଲେ ବୁଝିବୁ କଷ୍ଟ ।
ତୋର ହସମୁଠାକୁ ସାଇତିବା ପାଇଁ,
ସେ ପିଯାଏ ଯାତନାକୁ ଅମୃତ କହି ।
ଦ୍ୱାରବନ୍ଧରେ ପ୍ରତୀକ୍ଷାରେ ବସିଥାଏ,
ଧନ ଆସିଲେ ଖୋଇଦେଇ ତୁନି ହୁଏ ।
ସୃଷ୍ଟିର ଆଦ୍ୟ ସ୍ରୋତ ସର୍ଜନାର କେନ୍ଦ୍ର,
ଜାୟା ପରି ସାଥେ ରହେ ସଦା ସହିତ ।
ପ୍ରଣୟଯଷ୍ଟି ଢାଳେ ଅଧରେ ଯତନେ,
ଅର୍ଦ୍ଧାଙ୍ଗିନୀ ସୁଖେଦୁଃଖେ ରହେ ମଉନେ ।