Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Abstract Classics Inspirational

3  

kamal kumar dash

Abstract Classics Inspirational

କନ୍ୟା ଭୃଣ

କନ୍ୟା ଭୃଣ

1 min
202


ଜନନୀ ହାତରେ ଜନନୀ ମରୁଛି ଜନନୀ ଜଠରେ ଆଜି 

ଏହା କଣ ଏହି ଜାତିର ଅତୀତ ବୀରତ୍ୱ ଗୌରବ ରାଜି ।


ମlରୁନି ସେ ଭୃଣ କନ୍ୟା ସନ୍ତାନର ମlରୁଚି ଜାତି ଜନନୀ 

ନାଶୁଛି ସେ ନିଜ ରକ୍ତର ସନ୍ତକ ନାଶୁଛି ସେ ଆଗମନି ।


ଏତେ ଯେ ନିଷ୍ଠୁର ଏତେ ଯେ ନିର୍ମମ କିମ୍ପାଇଁ ଜନନୀ ଆଜି 

ନିଜ ସନ୍ତତିର ରକତ ପିପାସୁ ରାକ୍ଷସୀ ଯାଇଛି ସାଜି ।


ଝିଅ ଠାରୁ ପୁଅ ବଡ଼ ବଡ଼ ବୋଲି ଏକ ଭ୍ରାନ୍ତ ଧାରଣାକୁ ନେଇ 

ନଷ୍ଟ କରୁଛି ସେ ନିଷ୍ପାପ ଶିଶୁକୁ ଅନ୍ଧର ବିଶ୍ୱାସ ବୋହି ।


ସୁଶିକ୍ଷାର ପରେ ପୁଅ ଝିଅ ଆଜି ସମସ୍ତେ ସେମାନେ ଏଠି

ଏଥିସବୁ କ୍ଷେତ୍ରରେ ଦେଶ ବିଦେଶରେ ଫରକ ନାହିଁ କେଉଁଠି ।


 ଭଲପାଅ ବନ୍ଧୁ ଭଲପାଅ ଆଜି ନିଜ କନ୍ୟା ସନ୍ତାନକୁ 

ବଂଚିବାକୁ ଦିଅ ବଢିବାକୁ ଦିଅ ନଷ୍ଟ କରନି ତାହାକୁ  ।

     


Rate this content
Log in

Similar oriya poem from Abstract