Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Comedy Others Children

4  

Jayashree Maharana

Comedy Others Children

ଖୁସି ହୋଇଲୁ ଆମେ ସଭିଏଁ

ଖୁସି ହୋଇଲୁ ଆମେ ସଭିଏଁ

1 min
175



ଗ୍ରୀଷମ କାଳ ସର୍ବେ ବିକଳ

ସୂରୁଜ ତାତି ବଢି

ପଖାଳ କଂସା ଲାଗେ ବଢିଆ

ସାଙ୍ଗରେ ଥିଲେ ବଡ଼ି ।


ଶୁଖୁଆ ଭଜା ଆହା କି ମଜା

ଖାଇବ କିଏ ଆସ

କାକୁଡି ସାଥେ ଲେମ୍ବୁ ପିଆଜ

ପାଚିଲା ଆମ୍ବ ରସ ।


ବସି ପଡ଼ିଲୁ ବୋଉ ସାଥିରେ

ଭାଇ ଭଉଣୀ ମିଶି

ଏତିକି ବେଳେ ମାଉସୀ ମୋର

ଘରକୁ ଆସିଲା ପଶି ।


ଦେଖି ଖୁସିରେ ସଭିଏଁ ଆମେ 

ଦଉଡି ଗଲୁ ପାଶେ

ବୋଉ କହିଲା ଆସିଛୁ ଯଦି

ଖାଇଦେ ପଖାଳ କଂସେ ।


ଖରା ଝାଞ୍ଜିରୁ ମାଉସୀ ମୋର

ଆସିଥିଲା ତ ଚାଲି

ଆମରି ସାଥେ ଖାଇଲା ପେଟେ

ବାସି ତୋରାଣି ବୋଲି ।


ଏତିକି ବେଳେ ବାପା ମୋହର

ଆସିଲେ କାମ ସାରି

ଥଟ୍ଟା କରିଲେ ଆସିଛୁ କହ

ମୋ ପାଇଁ କିସ ଧରି ।


ମାଉସୀ ମୋର ପାଚିଲା ଆମ୍ବ

ବ୍ୟାଗରୁ ଦେଲା ଢାଳି

ଖୁସି ହୋଇଲୁ ଆମେ ସଭିଏଁ

ଖୁସିରେ ମାରି ତାଳି ।



Rate this content
Log in

Similar oriya poem from Comedy