ଖୋଲା ଝରକା
ଖୋଲା ଝରକା
ଶୁନ୍ ସାନ୍ ଏକ ବନ୍ଧ କୋଠରୀ ଟା
ଥାଏ ନିରୋଳା ସ୍ଥାନ
ଅବାଟର ସାଥି ଫେରୁଥାଏ ଦିନେ
ମନେ ତା' ପଡେ ସେଦିନ ।
ପଛକୁ ଲେଉଟି ଦେଖି ସେ ଦିଏତ
କୋଠରୀ ଝରକା ଖୋଲା
ଥକିଯାଇ ସିଏ ବସିବ କି ସେଠି
ଭାବୁ ଥାଏ ଦିନ ବେଳା ।
କାହିଁକି କେଉଁଠି କିଛି ଦେଖୁ ନାହିଁ
ଭୟରେ ଥରୁଛି ମନେ
ଆଶ୍ରୟ ନେବବା କିପରି ଭାବୁଛି
ଏକାକି ଅଛି ସେ ଜଣେ ।
ବିଦେଶୀ ବାଟୋଇ ଅଡୁଆ ରେ ପଡି
ହୋଇଅଛି ହଇରାଣ
କ'ଣ ବା କରିବ ବୁଦ୍ଧି ଦିସୁ ନାହିଁ
ଚାରିଆଡେ ସୁନ୍ ସାନ ।
ଅବାଧ୍ଯ ହୋଇଣ ଶେଷରେ ସେଇଠି
ଆଶ୍ରୟ ନେଇଛି ଯାଇ
ମନରେ ଭାବୁଛି ସାହାଯ୍ୟ ମିଳିବ
ଅବାଟର ସାଥୀ କେହି ।
ଚାହୁଁ ଚାହୁଁ ଗଲା କିଛି ଟା ମୁହୁର୍ତ୍ତ
ପାଇଲା ଅବାଟ ସାଥୀ
ପ୍ରଭୁଙ୍କୁ ସୁମରି ଭୟ ସୁନ୍ଯ ହେଲା
ଜୀବନୁ ପାଇଲା ଶାନ୍ତି ।
ଏହି ଅବଦାନ ଅଟେ ମୂଲ୍ୟ ବାନ
ପାଇଲା ନୁଆ ଜୀବନ
ଖୋଲା ଝରକାକୁ କି ଅବା ଭରସା
ଭାବୁ ଥାଏ ସବୁଦିନ ।
