STORYMIRROR

Amritesh Khatua

Classics

3  

Amritesh Khatua

Classics

ଖାଲି ପଡ଼ିଛି ସେ ନୀଡ

ଖାଲି ପଡ଼ିଛି ସେ ନୀଡ

1 min
454

ଖାଲି ପଡିଛି ସେ ନୀଡ଼,ତୁମେ ବୋଧେ 

ଚିରଦିନ ପାଇଁ ଖୋଜୁଥିଲ ଏକ ନାଟକ

ତେବେ, ମୁଁ ତୁମକୁ ଦେଖିପାରିଥିଲି 

ଆପାଦମସ୍ତକନତ, ନବଦୁର୍ବାଦଳେ,

ବ୍ୟସ୍ତ ସେ ନବପଲ୍ଲବିତ ପୁଲକେ।


ପ୍ରତ୍ୟେକ ଅର୍ଗଳି ଚିରି ଯୌବନେ ମନ୍ଦୀଭୂତ

ସବୁ ଆୟୁଷର ଅକିଞ୍ଚିତ କାତରତା,

ଏବେ ଖାଲି ପଡିଛି ସେ ନୀଡ

ଅଝଟ ବାଆର ତୀବ୍ରାତୁର ବେଗଭରେ

କେବେ ତୁମେ ଚାହୁଁଥିଲ ଏଇ ନୀରବ ପ୍ରତିଧ୍ବନିତ

ହେବାକୁ ଚହଟିବାକୁ ସଦ୍ୟ ପଲ୍ଲବେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics