STORYMIRROR

Manorama Mohanty

Abstract

2  

Manorama Mohanty

Abstract

କେମିତିକା ମାଆ ତୁ

କେମିତିକା ମାଆ ତୁ

1 min
88

 ଏଡେ ଟିକେ ସାନ ଛୁଆଟାକୁ 

ପାଖରୁ ଦୁରେଇ ଦେଇ ମଧ୍ୟ୍ୟ 

   ନାହିଁ ତୋର ତିଳେ ଅସ୍ଥିରତା 

     କାଣିଚାଏନାହିଁ ଚଞ୍ଚଳତା 

ନାହିଁ ମଧ୍ୟ୍ୟ ଖୋଜିବାର ଅଦମ୍ୟ ପ୍ରଚେଷ୍ଟା 

ତଥାପି ତୁ ମାଆ, ଜନନୀ 

ମାଆ ହେବାର ଗର୍ବରେ ହୋଇ ତୁ ଉନ୍ମାଦ

ଅଖୋଜା ଅଲୋଡ଼ା କରୁ ଶିଶୁ ସନ୍ତାନକୁ

ନୁହେଁ ତ ସେ କର୍ଣ୍ଣପରି ଅବୈଧ ସନ୍ତାନ 

ଯାର ପରିଚୟେ ତୋର ଗୌରବ 

ନଷ୍ଟ ବା ହୁଅନ୍ତା 

ମୁଁ ଜାଣେ, ଗୋଟିଏ ସନ୍ତାନକୁ 

କରି ଅବହେଳା 

ଅନ୍ୟ ପାଞ୍ଚପୁତ୍ର କଣ୍ଠରେ ଶୁଣି 

ମା ର ସ୍ନେହବୋଳା ଡାକ 

ନିଜକୁ ଭାବୁ ତୁ ଏକ ଆଦର୍ଶ ଜନନୀ 

ହେଲେ, ତୋତେ ମାନିବାକୁ ହେବ 

ଯେଉଁ ସନ୍ତାନଟି ତୋର ଆଜିଅବହେଳିତ 

ମା ର ସ୍ନେହରୁ ବଞ୍ଚିତ 

ପାଇ ନାହିଁ କରିବାକୁ ଜନନୀରକ୍ଷୀରପାନ ଅବା 

ମାଆ ସସ୍ନେହ ଚୁମ୍ବନ 

ସେ କିନ୍ତୁ, କରିଛି ତୋର ମାଆ 

ହେବାର ଅବାଞ୍ଚିତ ଆଶାକୁ ସାର୍ଥକ 

ସେହି ହିଁ ପ୍ରଥମେ କରିଥିଲା ତୋ 

କୋଳକୁ ମଣ୍ଡିତ 

ନଚେତ କହତ, କି ହାହାକାରେ ତୋର ଜୀବନଟା ଭରିଥାନ୍ତା 

ବ୍ୟର୍ଥତା ରେ ଦୀର୍ଘଶ୍ୱସ ଛାଡି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract