STORYMIRROR

Nibedita Behera

Classics Others

3  

Nibedita Behera

Classics Others

କାଳିଆ କଳିଯୁଗରେ

କାଳିଆ କଳିଯୁଗରେ

1 min
11.5K

କିଏ କହେ ଜଗା, କିଏ ଜଗନ୍ନାଥ,

      କୋଟି କୋଟି ନାମ ତୋର,

ତୁହି ରାମଚନ୍ଦ୍ର, ତୁହି ପର୍ଶୁରାମ,

            ସହସ୍ର ରୂପ ତୋହର

ଅପଲକ ନୟନେ ରହିଛୁ ଅନାଇ,

          ତୋହର ଭକତ ଗଣଙ୍କୁ,

ଭକତି ରେ ବନ୍ଧା ଭାବର ଠାକୁର,

    ଟଙ୍କା ପଇସା ଅଲୋଡା ତାକୁ

ଶହେ ଆଠ ଗରା ପାଣିରେ ଗଧାଏ,

              ଦେବସ୍ନାନ ପୂର୍ଣ୍ଣିମାରେ,

ଦେବ ଶରୀରରେ ମଣିଷ ପରାଏ,

        ଜରରେ ତା' ଦେହ ଥରେ

ଅଣସର ଘରେ ରୁହେ ତ ସେ ଯାଇ,

              ଫୁଲୁରୀ ତେଲ ଲଗାଏ,

ଦଇତାପତି ଙ୍କ ସେବା ଯତନରେ,

                ଦେହରୁ ଜର ଓହ୍ଲାଏ

ଆଷାଢ଼ ମାସରେ ଦ୍ୱିତୀୟା ତିଥିରେ,

        ହୁଏ ଶ୍ରୀ ଗୁଣ୍ଡିଚା ରଥଯାତ୍ରା,

ଭାଇ, ଭଉଣୀ ସହ ଶ୍ରୀ ମନ୍ଦିରୁ ଆସି,

            ଜଗା ରଥରେ ହୁଏ ଉଭା

ନନ୍ଦିଘୋଷରେ ବସି ମାଉସୀ ଘରକୁ,

        ଯାଏ ପୋଡପିଠା ଖାଇବାକୁ,

ନଅ ଦିନ ରହି ବାହୁଡ଼ି ଆସେ ଯେ,

      ମହାଲକ୍ଷମୀଙ୍କୁ ମନେଇବାକୁ

କୋଟି କୋଟି ଲୀଳା କୋଟି କୋଟି ଗାଥା,

                ରହିଛି ତୋ' ନାଆଁ ରେ,

ଭକତ ଜନ ଙ୍କୁ ତାରିବା ପାଇଁ କି,

            "କାଳିଆ କଳିଯୁଗରେ"

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics