ମାଆ
ମାଆ
ଯାହାର କୋଳରେ କଟିଛି ଏ ପିଲା ଦିନ,
ଯାହାର ରକ୍ତ ମାଂସରେ ଗଢ଼ା ଏ ଜୀବନ ।
ଯାହାର ପ୍ରତିଛବି ମୋତେ କୁହନ୍ତି ସମସ୍ତେ,
କିନ୍ତୁ ସେ ଅମୂଲ୍ୟ ସମାନ କେହି ନାହିଁ ଏ ଜଗତେ।।
ଡାକି ଦେଲେ ଥରେ ଆସେ ସିଏ ଧାଇଁ,
ମୋର ଫେରିବା ବାଟକୁ ରହିଥାଏ ଚାହିଁ ।
ମୋର ଆଖିର ଲୁହକୁ ସେ ପାରେନି ଦେଖି,
ନିରବତାକୁ ପଢିଦିଏ ଦେଖି କରି ମୋର ଆଖି ।।
ଜୀବନର ମୂଲ୍ୟକୁ ବୁଝାଇଛି ଯିଏ,
ଝଡ଼ ଝଂଯା ସବୁ ସହିବାକୁ ସାହାସ ଦେଇଛି ସିଏ ।
ଅ, ଆ ଲେଖିଛି ମୁଁ ତା ହାତ ଧରି
ବନ୍ଧୁ ପରି ସବୁ ମନ କଥା ପାରେ ସିଏ କହି ।।
ଦିନ ହୁଏ ରାତି , ରାତି ହୁଏ ଦିନ,
କିନ୍ତୁ ସିଏ ଦେଖେ ନାହିଁ ଘଡିରେ ସମୟ ।
ଜୀବନର ସବୁ ଦୁଃଖ ଓଠରେ ଚାପି,
ଖୁସିରେ ହସୁଥାଏ ସଭିଙ୍କ ମନ ରଖି ।।
କିଏ ଡାକେ ମମି, କିଏ ଡାକେ ମାମା,
ମୋର ସିଏ ଅତି ଆପଣାର ଅଟେ ମୋର "ମାଆ" ।
କେବେ ବଡ଼ମା' , କେବେ ମାଇଁ ,
ମାଆର ଛବି ମୁଁ ସବୁ ରୂପରେ ଦେଖଇ ।
ତୋର ଦୀର୍ଘାୟୁର କାମନା କରେ ଈଶ୍ୱରଙ୍କ ପୟରେ,
ତୋର ସୁଭାଶିଷ ସଦା ଥାଉ ମୋର ମସ୍ତକ ଉପରେ ।।