STORYMIRROR

linki barik

Inspirational Others

4  

linki barik

Inspirational Others

"କାକର"

"କାକର"

1 min
365

କି ବଖାଣିବି ପ୍ରକୃତି ସୌନ୍ଦର୍ଯ୍ୟ

କେତେବେଳେ ବହି ଯାଉଥିବା କୁଳୁକୁଳୁ ଝରଣା,

କେତେବେଳେ କୋଇଲି ତାନରେ ଆମ୍ବ ବଉଳ

କେବେ ସୋରିଷ ଫୁଲର ହଳଦିଆ କ୍ଷେତ

ପୁଣି କେବେ ପ୍ରକୃତି କୋଳେ ବର୍ଷାର ନିର୍ଝର ଅମୃତ।


କାକର କୁହେ ମୁଁ କାର୍ତ୍ତିକ କନ୍ୟା

ସୁକୁମାରୀ ଦେହ ମୋ ଅଳସୀ ବନ୍ୟା,

ଶ୍ଵେତ ଧବଳ ମୋ ରୂପ ଅନନ୍ୟା

ସ୍ପର୍ଶରେ ଚମକାଏ ମୁଁ ଏପରି ଲଳନା।


ପାହାନ୍ତିଆ ସକାଳେ ମୋ ଆଧିପତ୍ୟ ବିସ୍ତାର

କେ ମୋତେ କରେ ଆଦର ଆଉ କେ ଅନାଦର,

ସଭିଙ୍କ ଉପରେ ଲୋଟି ପଡ଼େ ମୁଁ ଦେଇ ଛିଟା ମୋ ଶରୀରର

ଚାଞ୍ଚଲ୍ୟ କରେ ମୁଁ ବାଟୋଇକୁ ହୁଏ ସେ ଅସ୍ଥିର।


ଏ ସୂର୍ଯ୍ୟକିରଣ ଅତିଷ୍ଠ ମୋ ପାଇଁ

ମିହିର ଆଗମନେ ହରାଏ ମୋ ସତ୍ତା,

ଦେବଦାରୁ ପତ୍ରେ ବସି ଖିଲିଖିଲି ହସେ

ମେଘ ରୂପ ନେଇ ଧରଣୀରେ ଖସେ।


ଅତି କ୍ଷୀଣ ଆଶ୍ରୟ ମୋର ଏ ଧରାପୃଷ୍ଠେ ନିୟତୀର ମୁଁ ଦାସ,

ସ୍ଵଳ୍ପ ସମୟ ଏଠାରେ ମୋର ମାଟିରେ ହୁଏ ବିନାଶ।


କି ବଖାଣିବି ପ୍ରକୃତି ସୌନ୍ଦର୍ଯ୍ୟ

କେତେବେଳେ ବହି ଯାଉଥିବା କୁଳୁକୁଳୁ ଝରଣା,

କେତେବେଳେ କୋଇଲି ତାନରେ ଆମ୍ବ ବଉଳ

କେବେ ସୋରିଷ ଫୁଲର ହଳଦିଆ କ୍ଷେତ

ପୁଣି କେବେ ପ୍ରକୃତି କୋଳେ ବର୍ଷାର ନିର୍ଝର ଅମୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational