Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଜୟ ମାଆ କମଳିନୀ

ଜୟ ମାଆ କମଳିନୀ

1 min
118


କମଳ ବାସିନୀ ମାତ ଜୟ କମଳିନୀ l

ମହାଲକ୍ଷ୍ମୀ ନମସ୍ତୁତେ ଜଗତପାଳିନୀ ll


ପଦ୍ମାଳୟା ମାଆ ତୋର ପଦୁଅଁ ଆଳୟ l

ଜୀଵଙ୍କ ଆଶ୍ରୟ ମାତ ଜୀଵ ବରାଭୟ ll


ପଦ୍ମ ଵିଭୂଷଣୀ ଯେଣୁ ପଦ୍ମା ନାମ ବହୁ l

ଛପନକୋଟି ଜୀବଙ୍କୁ ଅନ୍ନ ବାଣ୍ଟିଦେଉ ll


କମଳ ଆସନୀ ମାତ ନାମ ତୋ କମଳା l

କରୁଣାମୟୀ ଲୋ ମାତ ସନ୍ତାନ ବତ୍ସଳା ll


ବିଷ୍ଣୁଙ୍କ ଘରଣୀ ମାତ ନାମ ହରି ପ୍ରୀୟା l

ବିଷ୍ଣୁଙ୍କ ମନ ମୋହିନୀ ତୁହି ବିଷ୍ଣୁଜାୟା ll


ଇନ୍ଦୀବରମୁଖୀ ମାତ ନାମ ତୋ ଇନ୍ଦିରା l

ଜଗଦ୍ଧାତ୍ରୀ ସିନ୍ଧୁ ଜେମା ମାଆ ବିଶ୍ଵମ୍ଭରା ll


ସୁର ନର ଯକ୍ଷ ରକ୍ଷ ଗନ୍ଧର୍ବେ ପୂଜିତା l

ବିଶ୍ୱପଡ଼ିଦାତ୍ରୀ ଠାକୁରାଣୀ ଲୋକମାତା ll


କ୍ଷୀର ସାଗର ସମ୍ଭବେ କ୍ଷୀରାବ୍ଧିତନୟା l

ବରୁଣ ନନ୍ଦିନୀ ମାତେ ସ୍ୱର୍ଣ୍ଣମୟୀ କାୟା ll


ରମଣୀୟ କାନ୍ତି ତୋ'ର ନାମ ବହୁ ରମା l

ଜୟ ଜୟ ମାତେ ତୁହି ବିଷ୍ଣୁ ମନୋରମା ll


ନମଃ ମହାମାୟୀ ମାତେ ଉଲ୍ଲୁକବାହନୀ l

ଶ୍ୱେତ ପଦ୍ମାସନୀ ନମସ୍ତୁତେ ନାରାୟଣୀ ll


ପ୍ରଭାତ ପ୍ରଣତି ଘେନାକର ମୋର ମାଆ l

ଘଣ୍ଟ ଘୋଡ଼ାଇ ଜଗତ ପ୍ରାଣୀ ରଖିଥାଆ ll



Rate this content
Log in

Similar oriya poem from Inspirational