ଜ୍ଞାନର ଜ୍ୟୋତି
ଜ୍ଞାନର ଜ୍ୟୋତି
ଆସ ଆମେ ଆଜି ଗୀତ ଗାଇବା,
ଗୀତରେ ଗୀତରେ କିଛି ଶିଖିବା ।
ଅ, ଆ, ଇ, ଈ, ଶୁଣାଇ ଦବା,
ଏ, ବି, ସି, ଡି, ପାଠ ପଢ଼ିବା ।
ଶିଶୁ ଦିବସରେ ପାଇଲୁ ଗେଲ,
ଗୁରୁ ଦିବସରେ ସମ୍ମାନ ଦବା।
ଗୁରୁମା ଗୁରୁଜୀ ଜ୍ଞାନର ଜ୍ୟୋତି,
ତାଙ୍କରି ପାଖରୁ ଆଲୋକ ନବା |
ଜ୍ଞାନ ବିନା ଆଖି ଥାଇବି ଅନ୍ଧ,
ବୁଝି ପାରିବାନି ଯାହା ଦେଖିବା ।
ଗୁରୁଙ୍କ ସମ୍ମାନ କରିଲେ ଦିନେ,
ଆମେ ସମାଜରୁ ଶ୍ରଦ୍ଧା ପାଇବା।