STORYMIRROR

SRINIBASH BISWAL

Abstract

3  

SRINIBASH BISWAL

Abstract

ଜୀବନର ଶୂନ୍ୟତା

ଜୀବନର ଶୂନ୍ୟତା

1 min
12.7K


ଜୀବନଟା ଯଦି ହୁଏ

    ଗୋଟେ ବେଳା ଭୂଇଁ,,

 କେବେ ସୁଖ କେବେ ଦୁଃଖ 

       ଯେହ୍ନେ ଖରା ଛାଇ,,!!

ସମ୍ପର୍କର ନାମ ଯଦି

     ହୁଏ ଅନାମିକା,,

 ବେଳେ ବେଳେ ସପନ ବି

         ସାଜେ ମରିଚିକା,,!!

ଇଛା ସବୁ ଯଦି ଏଠି

    ହୁଏ ପରଦେଶୀ,,

ଆଞ୍ଜୁଳାଏ ଆଶା ପୁଣି

        ଦଣ୍ଡ ପାଏ ଫାଶୀ,,!!

ବିଶ୍ଵାସ ସହରେ ଏଠି

    ମିଳେ ଖାଲି ଧୋକା,,

   କେବେ ସ୍ନେହ ମମତା ବି 

         ପଡି ଯାଏ ଫିକା,,!!

ଚୁନା ଚୁନା ଭାବନାରେ

     ଖୁବ୍ ନିରୋଳାରେ,,

ଅତୀତଟା ଆସନ୍ତାକି

         ଆଖି ସାମନାରେ,,!!

ନିସଙ୍ଗ ସମୟେ ଦିନେ 

       ହେଲି ଆକ୍ତାମାକ୍ତା,

ଖୋଜୁ ଖୋଜୁ ନିଜକୁ ମୁଁ

          ପାଇଲି ଶୂନ୍ୟତା,,!!

*ଶ୍ରୀନିବାସ ବିଶ୍ଵାଳ,ସଇପୁର,ଯାଜପୁର,*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract