STORYMIRROR

SRINIBASH BISWAL

Others

3  

SRINIBASH BISWAL

Others

ମୁଁ ଅଦିନିଆ ପାନ୍ଥ

ମୁଁ ଅଦିନିଆ ପାନ୍ଥ

1 min
26.5K


ମୁଁ ଏମିତିକା ଯାଯାବର,

 ଦୁଃଖର ପୃଷ୍ଠାରେ କରିଛି ସ୍ଵାକ୍ଷର,

     ସଭିଏଁ ମୋର ନିଜର

         ମୁଁ ନୁହେଁ କାହାର,,,!!


ମୁଁ ଏମିତିକା ଦୀପଟିଏ,

 ଅଚିନ୍ତାରେ ଅହରହ ଜଳୁଥାଏ,,

     ଅନ୍ଧାରେ ଯେ ଆପଣାର

          ଆଲୁଅରେ ନୁହେଁ,,!!


ମୁଁ ଏମିତିକା ସଞ୍ଜଟିଏ,,

  ସ୍ଵଚ୍ଛ ସମ୍ପର୍କର ସୂତା ଖିଅଟିଏ,,

    ଦିନର ମୁଁ ନୁହେଁ ପୁଣି,,

          ରାତିର ବି ନୁହେଁ,,!!


ମୁଁ ଏମିତି ମୁକୁତାଟିଏ,

 ଶାମୁକା ଭିତରେ ଲୁଚି ରହି ଥାଏ,,

     ନା ସାଗରର ହୁଏ ନା ମୁଁ

            ତରଙ୍ଗର ହୁଏ,,!!


ମୁଁ ଏମିତିକା ଫୁଲଟିଏ,,

 ଜୀବନଟା ସାରା ବାସ ବାଣ୍ଟୁ ଥାଏ,

      ମାଳିର ବି ନୁହେଁ କି ମୁଁ

          ଦେବତାର ନୁହେଁ,,!!


ମୁଁ ଏମିତିକା ପକ୍ଷୀଟିଏ,,

 ସପନ ରାଇଜେ ଉଡି ବୁଲୁ ଥାଏ,,

    ବାସ୍ତବରେ ଉଡିବାକୁ

          ଡେଣା ଛିଡି ଯାଏ,,!!


ମୁଁ ଏମିତିକା ଅଭିଶପ୍ତ,

 ଭରଷା ବିଶ୍ଵାସ ହେଲାଣି ବିଷାକ୍ତ,

     ଆଶା ନେଇ ପ୍ରତୀକ୍ଷିତ

           ନାହିଁ ଆଦି ଅନ୍ତ,,!!


ମୁଁ ଏମିତିକା ଅନୁତପ୍ତ

 ଅଜଣା ପଥେ ଚାଲି ହେଲିଣି କ୍ଲାନ୍ତ,

      ମୁଁ ଜଣେ ଅପରିଚିତ

           ଅଦିନିଆ ପାନ୍ଥ,,!!

---^^ *ଶ୍ରୀନିବାସ ବିଶ୍ଵାଳ* ^^---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍