STORYMIRROR

SRINIBASH BISWAL

Others

3  

SRINIBASH BISWAL

Others

ଲିଭାଅ ଆୟୂଷ ଦୀପ

ଲିଭାଅ ଆୟୂଷ ଦୀପ

1 min
13.4K


ଆକୁଳ ଚିତ୍ତରେ ତୁମକୁ କାହିଁକି

ଗୁହାରୀ କରିବି ସଖା,,,

ଜୀବନଟା ସାରା ହାରିବାକୁ ଯଦି

ମୋ ଭାଗ୍ୟରେ ଅଛି ଲେଖା !!୧!!

ଏଇ ଜନମରେ କେବେ କରିନାହିଁ

କାହାର କିଛି ଅନିଷ୍ଟ,,

ଜାଣେନା ହେ ପ୍ରଭୁ କୋଉ ଜନ୍ମପାଇଁ

ପାଉଛି ଏତେ ମୁଁ କଷ୍ଟ,,!!୨!!

ପ୍ରତି ମୁହୂର୍ତ୍ତରେ ଇଚ୍ଛାର ସମାଧି

କେମିତି କୁହ ସହିବି,,

ଲୁହର ଦୀପାଳି ଜାଳି ଜାଳି ଦିନେ

ଦୁନିଆରୁ ଚାଲିଯିବି,,!!୩!!

ଆର ଜନମକୁ ପଶୁ ପକ୍ଷୀ ଅବା

ପତଙ୍ଗ କରିବ ବାଛି,,

ସୁଖ ଦୁଃଖ ଆଉ ଆଶା ଅଭିଳାଷ

ଜାଣି ପାରିବିନି କିଛି,,!!୪!!

ମଣିଷଟେ ବୋଲି ଅହରହ ଚେଷ୍ଟା

ଟିକିଏ ଜିତିବା ଲାଗି,,

ଶିଖର ଛୁଇଁବା ଦି ପାଦ ଆଗରୁ

ଗୋଡ ମୋ ଯାଉଛି ଭାଙ୍ଗି,,!!୫!!

ଭଙ୍ଗା ହୃଦୟରେ ଜମାଟ ବାନ୍ଧୁଛି

ବହଳ ବହଳ କୋହ,,

ତଥାପି ଅପ୍ରାପ୍ତ ଅଲଙ୍ଘ୍ୟ ପଥରୁ

ତୁଟୁନି କାହିଁକି ମୋହ,,!!୬!!

ଏମିତି ଜୀବନ ଜୀଇଁବା ଅପେକ୍ଷା

ମରିଯିବା ବରଂ ଭଲ,,

ମୃତ୍ୟୁ ପରେ ବୋଧେ ନଥିବ ଯନ୍ତ୍ରଣା

ହେବିନି ମୁଁ କଲବଲ,,!!୭!!

କରିଦେବ କ୍ଷମା ଜ୍ଞାତ ଅଜ୍ଞାତରେ

କରିଥିବି ଯଦି ପାପ,,

ଏତିକି ମିନତୀ ରଖ ମହାବାହୁ

ଲିଭାଅ (ମୋ) ଆୟୂଷ ଦୀପ,,!!୮!!

*ସମାପ୍ତ*

*ଶ୍ରୀନିବାସ ବିଶ୍ଵାଳ*


Rate this content
Log in