STORYMIRROR

Harish Chandra Behera

Abstract Inspirational

4  

Harish Chandra Behera

Abstract Inspirational

ଜୀବନ ତ ଏକ ଜଟିଳ ଗଣିତ

ଜୀବନ ତ ଏକ ଜଟିଳ ଗଣିତ

1 min
321


ଜୀବନ ତ ଏକ ଜଟିଳ ଗଣିତ

ଛାଇ ଆଲୁଅର ଖେଳ

କେବେ ଭରେ କୋହ କେବେ ଦିଏ ଲୁହ

କେବେ ଭାଙ୍ଗିଦିଏ ଡାଳ ।୦।

ସୀମାହୀନ କେଉଁ ମରୁ ବାଲୁକାରେ

ଦୂର ମରୀଚିକା ମାୟା

ଝଲମଲ କେଉଁ ଚହଲା ପାଣିରେ

ପୂନେଇ ଜହ୍ନର ଛାୟା

ଫୁଟିବା ଆଗରୁ ଶୁଖି ଯାଏ ଡେମ୍ଫ

ଝରେ ସପନର ଫୁଲ ।୧।

ସଂସାର ହାଟରେ ଗହ ଗହ ଶୁଭେ

ହାଟୁଆ ବାଟୁଆ ଭିଡ଼

ଜୀବନର ଚମ୍ପୂ ଗାଇ ଚଢ଼େଇଟେ

ବାନ୍ଧୁଥାଏ ତା' ର ନୀଡ଼

କାଳ ବଇଶାଖି ଭାଙ୍ଗି ଦିଏ ଆସି

ବୁଝେନା କାଳ ଅକାଳ ।୨।

ଦି' ଦିନର ସୁଖ ପାଇଁ କି ମନୁଆ

କିପାଇଁ ହେଉ ବାଉଳା

ବାନ୍ଧିନେବ ଆସି ଯମ ଡଗରରେ

ସରିଯିବ ଲୀଳା ଖେଳା

ଦିଅଁ ତ ନଥିବେ ଫାଙ୍କା ପଡ଼ିଥିବ

ଅଲୋଡ଼ା ଦେହ ଦେଉଳ ।୩।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract