ଶୁନ୍ୟରୁ ଶୁଭୁଛି କାହାର ଏ ଡାକ
ଶୁନ୍ୟରୁ ଶୁଭୁଛି କାହାର ଏ ଡାକ
ଶୁନ୍ୟରୁ ଶୁଭୁଛି କାହାର ଏ ଡାକ
ନିରାକାର ନିରଞ୍ଜନ
ଆକାର ଭିତରେ ଅଣାକାର ଖେଳେ
ବାଉଳା ଏ ମୋର ମନ ।
ନିଶବଦ ଘରୁ ଶବଦ ଶୁଭୁଛି
ଶୂନ୍ୟରେ ବାଜୁଛି ବୀଣା
ବିଦେହ ନଗ୍ରରେ ଶୂନ୍ୟ ରାସ ଚାଲେ
ଦେଖିଲେ ହେବୁ ଭେଟଣା
ପ୍ରଳୟ ଘୋଟିବ ସବୁଠି ବୋହିବ
ଅଣଚାଶ ଘନଘନ ।
ରୂପରେଖ ନାହିଁ ଅରୂପ ଅଲେଖ
ଜୀବ ପରମର ଭେଟ
ଶବଦ ଭିତରେ ନିଶବଦ ବ୍ରହ୍ମ
ଆନନ୍ଦେ କରୁଛି ନାଟ
ଅମୁହାଁ ଦେଉଳେ କେହିତ ନାହାନ୍ତି
ଚାଲିଛି ନାମ କୀର୍ତ୍ତନ ।
ବଙ୍କୁ ଶାଳ ଠାରୁ ଫୁକାବନ୍ଧ ଯାଏ
ବୋହୁଛି ତ୍ରିବେଣୀ ନଈ
ଘାଟ ଡଙ୍ଗା ଖେଳେ ଏ କୂଳ ସେ କୂଳ
ନାଉରିର ଦେଖା ନାହିଁ
ଅଫୁଟା ଫୁଲରୁ ବାସ ଚହଟୁଛି
ମହକେ ତିନି ଭୁବନ ।
