Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଜୀବନ ଦୋଳି

ଜୀବନ ଦୋଳି

1 min
187



ଛାଡ଼ି ଯିବ କେବେ ଜୀବନର ଦୋଳି ଇନ୍ଦ୍ରଧନୁ ପରକାରେ,


ନ ପାରିବେ ଜାଣି ମୃତ୍ୟୁର ସମୟ


ଦୁଃଖର ଯନ୍ତ୍ରଣା ଘରେ।


କାନ୍ଦୁ ଥିବ ପତ୍ନୀ ଅତି ବିକଳରେ କାନ୍ଦିବେ ସନ୍ତାନ ତହିଁ


ହେବ ଅତି କଷ୍ଟ ଗୃହଜନଙ୍କରେ


ମୃତ୍ୟୁ ବିଭୀଷିକା ଯହିଁ।


ମନୁଷ୍ୟ ଜୀବନ ଅଟେରେ ଦୁର୍ଲ୍ଲଭ ନୁହେଁ ଏହୁ ଚିରସ୍ଥାଇ


ଜନ୍ମ ମୃତ୍ୟୁ ପରା ମନୁଷ୍ୟ ଜୀବନ


ପ୍ରଭୁ ସୃଷ୍ଟି ଅଟେ ଭାଇ।


ପିଣ୍ଡୁ ଆତ୍ମା ଯିବ ଛାଡିଣ ଭାଇରେ ମିଶିବରେ ପ୍ରମାତ୍ମାରେ


ସବୁକିଛି ହେବ ନ ପାରିବେ ଜାଣି


ଅଙ୍କିତ ଜଗା ପାଞ୍ଜିରେ।


ଜୀବନର ଦୋଳି ନଚଳିବ ଆଉ ହେବରେ ବୃଥା ଅସ୍ତିତ୍ବ,


ଅନାଦି ଅନନ୍ତ ଲେଖିଛନ୍ତି ଯାହା


ହେବରେ ସତ୍ୟ ନିଶ୍ଚିତ।


ଭଲ କାର୍ଯ୍ୟ କଲେ ସ୍ମୃତି ରହି ଯିବ ମନୁଷ୍ୟ ଜୀବନେ ଯହିଁ


କର ରାଷ୍ଟ୍ର କାର୍ଯ୍ୟ ଜନତା କଲ୍ୟାଣେ


ରାଷ୍ଟ୍ରର ଉନ୍ନତି ତହିଁ।


ପ୍ରେମଭକ୍ତି ଶ୍ରଦ୍ଧା ରହୁ ଜୀବନରେ ରହୁ ସତ୍ୟତ୍ୟାଗ ଧର୍ମ


ଧର୍ମ ବଳୁ ଯହିଁ ମନୁଷ୍ୟ ଜୀବନ


ତହିଁ ନିସ୍ବାର୍ଥର କର୍ମ।


ମୃତ୍ୟୁ ନ ଜାଣେରେ ବୃଦ୍ଧ ଶିଶୁ ଯୁବା କପାଳ ଲିଖିତ ହୁଏ


ଡୋର ରହିଅଛି କାଳିଆ ହସ୍ତରେ


ମୃତ୍ୟୁ ହିଁ ଅବଶ୍ୟ ହୁଏ।


ଦ୍ବାପର ଯୁଗରେ କୃଷ୍ଣ ଅବତାରେ ଅର୍ଜୁନକୁ କହିଥିଲେ


ମନୁଷ୍ୟ କର୍ତ୍ତବ୍ୟ ଜୀବନ ଯାତ୍ରାର


ଗୀତାଜ୍ଞାନ ଦେଇଥିଲେ।


ଗୀତା ଜ୍ଞାନ ରହୁ ଜୀବନ ଯାତ୍ରାରେ ରହୁ ତହିଁ ଜଗା ଭକ୍ତି


ମୃତ୍ୟୁଟି ସତ୍ୟରେ କିମ୍ପା ଚିନ୍ତା ତାରେ?


କର୍ତ୍ତବ୍ୟର ରହୁ ଶକ୍ତି।




Rate this content
Log in

Similar oriya poem from Abstract