Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ବ୍ରହ୍ମଚାରିଣୀ

ବ୍ରହ୍ମଚାରିଣୀ

1 min
141


ନବଦୁର୍ଗାଙ୍କର ଦ୍ୱିତୀୟ ସ୍ବରୂପ

ଅଟଇ ବ୍ରହ୍ମଚାରିଣୀ

ଭବ୍ୟ ରୂପ ଦକ୍ଷ କରେ ଜପମାଳା

ବାମେ କମଣ୍ଡଳୁ ପୁଣି ।


ଜ୍ୟୋତିର୍ମୟୀ ମାତା ପ୍ରଖର ଜ୍ୟୋତିରେ

ହେଉଥାନ୍ତି ଉଦ୍ଭାସିତ

ଶିବଙ୍କୁ ଲଭିବେ ପତି ରୂପେ ଦେବୀ

ରହିଲେ ତପସ୍ୟାରତ ।


କଠୋର ତପସ୍ୟା କରିଥିଲେ ଦେବୀ

ବ୍ରହ୍ମଚାରିଣୀ ବୋଲାଇ

ହଜାର ବରଷ କାଳ ସେ ରହିଲେ

ବନ୍ୟ ଫଳ ମୂଳ ଖାଇ ।


ଶତ ବରଷ ସେ ଶାଗ ପତ୍ର ଖାଇ

ଜୀବନ ନିର୍ବାହ କଲେ

କିଛି କାଳ ଘୋର ଉପବାସ କରି

ଖରା ବରଷା ସହିଲେ ।


ତିନି ହଜାର ବରଷ ସେ ଖାଇଲେ

ଗଛଝଡା ବେଲପତ୍ର

ଶୁଖିଲା ପାଚିଲା ବେଲପତ୍ର ଖାଇ

ଶିବ ଆରାଧନା ରତ ।


କେତେ ହଜାର ବରଷ ସେ ନ ଖାଇ

ନିର୍ଜଳ ତପସ୍ୟା କଲେ

ପର୍ଣ୍ଣ ପରିହାର କରିବାରୁ ଦେବୀ

ଅପର୍ଣ୍ଣା ନାମ ବହିଲେ ।


ଅତି କୃଶକାୟ ଶରୀର ହୋଇଲା

ମାତା ଡାକିଦେଲେ ଉ ମା

ସେହିଦିନଠାରୁ ଆଉ ଏକ ନାମ

ଦେବୀଙ୍କର ହେଲା ଉମା ।


ତପ ସିଦ୍ଧ ହେଲା ଦେବ ଋଷି ସିଦ୍ଧ

ମୁନିଏ ପ୍ରଶଂସା କଲେ

ଶିବଙ୍କୁ ଲଭିବେ ପତି ରୂପେ ବୋଲି

ବ୍ରହ୍ମା ଆକାଶୁଁ କହିଲେ ।


ଦୁର୍ଗା ପୂଜନର ଦ୍ୱିତୀୟ ଦିନରେ

ଦେବୀ ମା ବ୍ରହ୍ମଚାରିଣୀ

ତପ ତ୍ୟାଗ ବୈରାଗ୍ୟ ସଂଯମ

ସଦାଚାରର ବରଦାୟିନୀ ।


ଅନନ୍ତ ଫଳ ଦାତ୍ରୀ ହୁଅନ୍ତି ମାତା

ସିଦ୍ଧ ଓ ଭକତଙ୍କର

ସ୍ବାଧିଷ୍ଠାନ ଚକ୍ରେ ସ୍ଥିତ ହୁଏ ମତି

ଏଦିନ ସାଧକଙ୍କର ।


Rate this content
Log in

Similar oriya poem from Abstract