ଶବ୍ଦ କୁହୁକ
ଶବ୍ଦ କୁହୁକ
ଶବ୍ଦମାନେ ସଜୀବ
ଯିବା ଆସିବା କରନ୍ତି
ଶବ୍ଦ ସଙ୍ଗେ ଭାବର ନାବ
ସତେକି ହିତୈଷି ବନ୍ଧୁବାନ୍ଧବ
ଶବ୍ଦ ଆକାଶରେ
ଦିଗନ୍ତ ବିସ୍ତାରି ବଉଦ
ଶବ୍ଦ ଧରଣୀରେ କୁହାଟ ନାଦ
ଶବ୍ଦ ସମୁଦ୍ରରେ କେତେ ନଦୀ ହ୍ରଦ
ଦିଗବଳୟ ସେପାରି ଚଉହଦ
ଶଦ୍ଦ ଦିନରେ ଓ ରାତିରେ
ନିରୁଦବେଗ ଆବେଗ
ଶବ୍ଦସବୁ ପୃଥିବୀର ଜରଦଗବ
ନୀରବତା ଶବ୍ଦର ପୃଥକ୍ ଅଭେଦ
ଓମ୍ ଶବ୍ଦରେ ଅମୃତ ସନ୍ଧାନ
କୈବଲ୍ୟ ଶବ୍ଦରେ ଅମୃତାୟନ
ପାର୍ବଣ ଋତୁର ଶବ୍ଦ ଘଣ୍ଟ ଘଣ୍ଟା କାହାଳୀ
ଶବ୍ଦରେ ବ୍ରହ୍ମଙ୍କର ବେଦ ଓ
ଜଗନ୍ନାଥଙ୍କ କଳଗାଉଣା ଗୀତଗୋବିନ୍ଦ।
ଶବ୍ଦରେ ମକରନ୍ଦ ଆଦିକନ୍ଦ
ଶବ୍ଦ ରୁ ଶଙ୍ଖ ଚକ୍ର ଗଦା ପଦ୍ମ।