STORYMIRROR

Puspanjali Panda

Inspirational

4  

Puspanjali Panda

Inspirational

ଜୀବନ ଚିନ୍ତା

ଜୀବନ ଚିନ୍ତା

1 min
391

କୁଆଁ ରାବ ଦେଇ ଜୀବନ ଯାତ୍ରା

ଆରମ୍ଭିଲା ପରଠାରୁ

ଅପ୍ରମିତ ଦୁଃଖ ସୁଖରେ ଗଡୁଛି

ସ୍ୱପ୍ନ ଝରେ ନୟନରୁ।


ଅଦେଖା ଭାବରେ କାହା ଇଙ୍ଗିତରେ

ଜୀବନ ନଉକା ଚାଲେ

ଅସରନ୍ତି ଇଛା କାମନା ସହିତ

ବୟସର ରଙ୍ଗ ଖେଳେ।


ଶୈଶବ କୈଶ୍ୱର ଯୌବନ ଜରା

ମୋହରେ ବନ୍ଧା ମଣିଷ

ଦମ୍ଭ ଅହଙ୍କାର ବୃଥା ବାହାସ୍ପୋଟେ

ସାରେ ବୟସ ଆୟୁଷ ।


ଜୀବନ ମୃତ୍ୟୁ ର ଖେଳକୁ ନଦେଖି

ନିଜକୁ ଅମର ମଣି

କାମିନୀ କାଞ୍ଚନ ମୋହଫାଶେ ବନ୍ଧା

ନିମିଷକେ ଦିଏ ଟାଣି।


ଜୀବନ କେଵେ ତ ଶୋରିଷ ଫୁଲର

କଅଁଳିଆ ଛାଇ ଖରା

ଜୀବନ କେବେତ ଚଇତାଳି ବାଆ

ରଙ୍ଗ ପିଚକାରୀ ପରା।


ଆଦ୍ୟ ଆଷାଢ଼ ର ବାରିଧାରା କେବେ

ଝାଞ୍ଜି ଖରାବେଳ ବାଆ

ଆଲୋକିତ ଏକ ସତେଜ ସକାଳ

ସୁନ୍ଦର ଜୀବନ ନାଆଁ।


ଧାଉଛିଁ ବୋଲିତ ସର୍ବତ୍ର ପୁରିତ

ଜୀବନର ନାଗ ଫାଶ

କେ ଅଛି ଏ ଭବେ ବୁଝିଛି ଯାଣିଛି

ଜୀବନର ଭାଗଶେଷ।


ସ୍ଥାନକାଳ ଭୁଲି ଗଡୁଛି ଜୀବନ

ସୃଜନୀ ଧାରାସୃଷ୍ଟି ରେ

ସକଳ ବିଶ୍ୱରେ ଗୋଟିଏ ଆଧାର

ଅଦେଖା ଈଶ୍ୱର ଦୃଷ୍ଟି ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational