STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଜୀବନ ବନ୍ଧନୀ

ଜୀବନ ବନ୍ଧନୀ

1 min
141

ଉତ୍କଳ ଦିବସ ପାଳି ହରସେ

ସଂଧ୍ୟା ଆକାଶେ 

ରାତ୍ରୀର ଦେଶେ

ରଜତ ଧବଳ ଜହ୍ନରାତି  ।


ମନେ ପଡିଗଲା ସୁନେଲି 

ପୁରୁଣା ପୃଷ୍ଠାରୁ ନହୁଲି

ହଂସୁଲି ମଖମଲି

ଅତୀତର କିଛି ମିଠାଗିତି ।


ଚାନ୍ଦ ଠାରୁ ସୁନ୍ଦର ଚାନ୍ଦିନୀ

ଚାନ୍ଦିନୀ ଠାରୁ ସୁନ୍ଦର ରଜନୀ

ରଜନୀ ରାଣୀର କୋଳେ

ମଧୁର ଝରଣ ଭୋଳେ

ରଜନୀ ଠାରୁ ସୁନ୍ଦର ରାଜନନ୍ଦିନୀ ।


ଅବଶୋଷେ ଝରିଗଲା ହୃଦ ରୁଦ୍ଧିନୀ

କେଉ ବୁନ୍ଦା ତତଲା ଧାର

ରକ୍ତ ରୁଧିର 

କେମିତି ଥିବ ସେ ଗୃହିଣୀ ବନ୍ଦିନୀ

ଭଲରେ ଥାଉ

ମୋ ପ୍ରେମିକା ଶ୍ରୀୟା ଜୀବନ ବନ୍ଧନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy