ଜୀବନ ବନ୍ଧନୀ
ଜୀବନ ବନ୍ଧନୀ
ଉତ୍କଳ ଦିବସ ପାଳି ହରସେ
ସଂଧ୍ୟା ଆକାଶେ
ରାତ୍ରୀର ଦେଶେ
ରଜତ ଧବଳ ଜହ୍ନରାତି ।
ମନେ ପଡିଗଲା ସୁନେଲି
ପୁରୁଣା ପୃଷ୍ଠାରୁ ନହୁଲି
ହଂସୁଲି ମଖମଲି
ଅତୀତର କିଛି ମିଠାଗିତି ।
ଚାନ୍ଦ ଠାରୁ ସୁନ୍ଦର ଚାନ୍ଦିନୀ
ଚାନ୍ଦିନୀ ଠାରୁ ସୁନ୍ଦର ରଜନୀ
ରଜନୀ ରାଣୀର କୋଳେ
ମଧୁର ଝରଣ ଭୋଳେ
ରଜନୀ ଠାରୁ ସୁନ୍ଦର ରାଜନନ୍ଦିନୀ ।
ଅବଶୋଷେ ଝରିଗଲା ହୃଦ ରୁଦ୍ଧିନୀ
କେଉ ବୁନ୍ଦା ତତଲା ଧାର
ରକ୍ତ ରୁଧିର
କେମିତି ଥିବ ସେ ଗୃହିଣୀ ବନ୍ଦିନୀ
ଭଲରେ ଥାଉ
ମୋ ପ୍ରେମିକା ଶ୍ରୀୟା ଜୀବନ ବନ୍ଧନୀ ।
