Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational

3  

Nilamani Thapa

Inspirational

ଜାଣିବା ନୀତିବାଣୀ

ଜାଣିବା ନୀତିବାଣୀ

1 min
183



ଦୁଃଖ ଓ ଅଭାବ ଅନ୍ୟ ଠାରେ ଦେଖି

କେବେ ତାକୁ ନ ହସିବ

ସେସବୁ ପ୍ରଭାବ ନିଜକୁ ପଡିଲେ

ଲୋକ ହଟହଟା ହେବ ।।


ତା' ଦୁଃଖେ ଦୁଃଖିତ ନହୁଅ ପଛକେ

ବିଦ୍ରୁପ ତ କର ନାହିଁ

ନିଜ ଦୁଃଖ ବେଳେ ଅସହ୍ୟ ହସକୁ

ଦେଇ ପାରିବ ଏଡାଇ ।।


ନରକ ଦ୍ବାରଟି ସଦାବେଳେ ଖୋଲା

ଯିବାକୁ ବାଧା ନଥାଏ

କିନ୍ତୁ ସ୍ବର୍ଗପୁର ଯିବାପାଇଁ ଦ୍ବାର

ବାଡେଇବା ପଡିଥାଏ ।।


ବିଫଳ ହେବାକୁ ପରିଶ୍ରମ ଲୋଡା

କେବେବି ପଡିନଥାଏ

ସଫଳ ହେବାକୁ ଠକିଣ ଶ୍ରମର

ମଧ୍ୟଦେଇ ଗତି ହୁଏ ।।


ନିଜେ କରିଥିବା ଭୁଲ୍ କୁ କଦାପି

ଉଚିତ୍ ଭାବିବା ନାହିଁ

ଯଦି ଏହା ହୁଏ ଅନ୍ୟଠାରୁ ନିଶ୍ଚେ

ରଖିଦେବ ତା ଦୂରେଇ ।।


ନିଜେ ବିଚାରିବା ଅନ୍ୟର ମଙ୍ଗଳେ

ସର୍ବଦା ହିତ ଏ ବାଣୀ

ଦୁଃଖ ଆଉ ସୁଖ ସବୁଠାରେ ଥାଏ

ଜାଣିବା ଏ ନୀତିବାଣୀ ।।




Rate this content
Log in

Similar oriya poem from Inspirational