STORYMIRROR

SUJATA DAS

Classics

4  

SUJATA DAS

Classics

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
394


ରିମଝିମ ତାଳେ

   ନାଚୁଛି ବରଷା

      ଶ୍ରାବଣ ପରଶ ପାଇ

ଆକାଶରୁ ଝରେ

   ମୁକୁତାର ଟୋପା

     ଶୁଭ୍ରାତାର ରଙ୍ଗ ନେଇ ।


ଶୀତଳ ପବନ

   ଶିହରଣ ଭରେ

     ପୁଲକିତ ହୁଏ ତନୁ

ଫୁଟେ ଇଚ୍ଛା ଫୁଲ

   ହୃଦ ଉପବନେ

     ବୁଣି ସପନର ରେଣୁ ।


ସାତ ତଳ ପଙ୍କ

   ପ୍ରୀତି ଫରୁଆରେ

      ହୃଦୟର ପ୍ରୀତି ପୁଷ୍ପ

ହୁଏ କୁସୁମିତ

   ସପ୍ତ ରଙ୍ଗ ନେଇ

     ପାଇ ବରଷାର ସ୍ପର୍ଶ ।


ପରଦେଶୀ ମେଘ

   ନେଇଜା ସନ୍ଦେଶ

     ପାହାଡ଼ର ଆରପାରେ

ତୃଷ୍ଣା ଭରେ ମନେ

    ହୃଦ ଉପବନେ

      ବିରହ ରାଗିଣୀ ତୋଳେ ।


ଆସିଛି ଶ୍ରାବଣ

   ପ୍ରୀତିର ପାର୍ବଣ

      ଭରିଦେଇ ପ୍ରତି ପ୍ରାଣେ

ତୋଳିବ ସମ୍ପର୍କ

   ପ୍ରକୃତି ପୁରୁଷ

      ଅନୁରାଗ ସନ୍ତର୍ପଣେ ।


ମେଘ ବରଷଇ

   ଟୁପୁରୁ ଟାପୁରୁ

     ପୁଲକ ଜଗାଇ ଦେହେ

ମନ ଆନମନା

  ଅବୁଝା ଅବୁଝା

    କେଜାଣି କା ପ୍ରୀତି ମୋହେ ।


ନଈ ସେପାରିରେ

  କିଏ ମତେ ଝୁରେ

     ବ୍ୟାକୁଳିତ ହୁଏ ମନ

ପ୍ରୀତିର ପରାଗ

  ଭରି ଅନୁରାଗ

     ଆସିଛି ମଧୁ ଶ୍ରାବଣ ।


Rate this content
Log in

Similar oriya poem from Classics