STORYMIRROR

Pabitra Sahu

Inspirational

3  

Pabitra Sahu

Inspirational

ହୋଲି

ହୋଲି

1 min
227


ମୃଦୁ ମୃଦୁ ବହେ ବସନ୍ତ ପବନ       

ଫଗୁଣ ଆଣିଛି ଅବିର 

ମହୀ ଦିଶେ ଆଜି ରଙ୍ଗାୟିତ ମିଶି       

ସାତ ରଙ୍ଗ ଇନ୍ଦ୍ରଧନୁର ।        

ଶ୍ରୀରାଧା ଗାଲରେ କଳାରଙ୍ଗ ମାଖି        

କହ୍ନେଇ ଗାଲରେ ନାଲି

 ଦୋଳ ମଣ୍ଡପରେ ଯୁଗଳ ମୂରତି         

ଦିଶୁଥାନ୍ତି ଝିଲିମିଲି। 

ଗୋପାଳ ତନୟ ବାଡି ପୂଜା କରି          

ଲଉଡି ସିଏ ଖେଳଇ 

ଆମ ସଂସ୍କୃତିକୁ ଜୀବିତ ରଖିଛି          

ଶ୍ରୀକୃଷ୍ଣ ଆଶିଷ ନେଇ। 

ଚଉଦ ଭୁବନ ରଙ୍ଗମୟ ଆଜି        

ହୋଲିର ଉତ୍ସବ ପାଇଁ

ହାତେ ଧରି ରଙ୍ଗ ମଜି ଯାଅ ସବୁ        

କାଲିକି ଆସିବ ନାହିଁ।        

ଖେଳୁଥାଅ ହୋଲି, ପିଅ ନାହିଁ ନାଲି         

ଦୂରେଇ ଦୁଃଖ ଅସରା

କେତେ ଯେ ମଧୁର ଆମର ସଂସ୍କୃତି           

ଆମର ଏ ପରମ୍ପରା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational