ହୋଇ ପାରେନି ସେ କାହାଠି ଋଣୀ
ହୋଇ ପାରେନି ସେ କାହାଠି ଋଣୀ
ଆଜୀବନ ସିଏ ଖାଲି ଦେଇଥାଏ
କେତେ ଦିଏ କେବେ ନଥାଏ ଗଣି
ପାଇବାର ଆଶା ରଖେ ନାହିଁ ବୋଲି
ହୋଇ ପାରେନି ସେ କାହାଠି ଋଣୀ ।
ଅସୀମ ତ୍ୟାଗର ଅଧିକାରୀ ସିଏ
ନିଃସ୍ୱାର୍ଥପର ସେବାରେ ଧ୍ୟାନ
ତାହା ପରି କିଏ ନାହିଁ ସଂସାରରେ
ସକଳ ଜୀବର ପ୍ରତିପୋଷଣ ।
ରୂପଛଟା ମେଲି ହସାଏ ପ୍ରକୃତି
ହରଇ ମନକୁ ଶୀତଳ ବାତ
ଦେହ ବାସ ଫୁଲ ବିଞ୍ଚଇ ମହକ
କୀଟଠୁ ମାନବ ଆକରଷିତ ।
ବାସ ବାସ ଖାଦ୍ୟ ନାନାଦି ଔଷଧ
ଜାଳେଣି ଯୋଗାଇଥାଏ ମାନବ
ଜୀବ ଥିବାଯାଏ ଅମ୍ଳଜାନ ଦିଏ
ବିଷାକ୍ତ ବାଷ୍ପର ଶୋଷଣେ ଶୁଭ ।
ରଖିପାରେ ପରିବେଶ ଭାରସାମ୍ୟ
ସେହି ଏକା ଜୀବଜଗତ ମଧ୍ୟେ
ତା' ପାଇଁ ବରଷା ଆସଇ ଅବନୀ
ପ୍ରତି ଜୀବ ନିଜ କରମ ସାଧେ ।
ଏତେ ଉପକାର କରେ ଯେ ଧରାର
ସିଏ ଦେବତାଙ୍କ ସହ ସମାନ
ରହି ଆମ ସାଥେ ଆଶୀର୍ବାଦ ହାତେ
କରୁଥାଏ ସର୍ବଦା ବରଦାନ ।
ସିନ୍ଦୂରା ଫାଟିଲେ ଆଖି ମେଲିଦେଲେ
ତା' ସାଥେ ଆମର ମହାମିଳନ
ବନ୍ଧୁଟିଏ ଭାବି ଯେବେ ତୋଷୁଥିବା
ସୁଖ ସମ୍ପଦରେ କଟିବ ଦିନ ।
ଖୁସିକୁ କୋଳେଇ ଥିବା ଆମେ ମହୀ
ଲାଗିବା ଯେବେ ତା' ବଂଶ ବିସ୍ତାରେ
କଲେ ତାକୁ ଧ୍ବଂସ ଯିବା ଆମେ ନାଶ
ସକଳେ ଏକଥା ରଖ ମନରେ ।