Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Ojha

Inspirational

3  

Saroj Kumar Ojha

Inspirational

ହିରୋ

ହିରୋ

2 mins
135



ହିରୋ ଯେ କେବଳ ସିନେମାରେ ନୁହେଁ

ପ୍ରତି କ୍ଷେତ୍ରେ ହିରୋ ଆବଶ୍ୟକ,

ସୁନାମ ଅରଜନେ ଥିବେ ଯେଉଁ ଜନ

ଦୁର୍ନାମ ଖେଳକୁ ଅନାବଶ୍ୟକ ।।


କର୍ମ କରେଣ ଫଳ ପାଇ ନୀତି

ଧରି ଚାଲନ୍ତି କିଛି ଏକକାଳୀନ,

ଦୁର୍ନୀତି ଲାଳସାରେ ନିମଗ୍ନ ଯେ ଜନ

ହିରୋ ପଣିଆଟା ପଡ଼େ ଫିକା ଆଉ ମଳିନ ।।


ନାହିଁ ଯାହାର ଚିନ୍ତାଧାରା ଏ ସମାଜେ

ଗରଜୁଥାନ୍ତି ଶୁଖିଲାରେ ଓ କରନ୍ତି ବିଭ୍ରାଟ,

ଦେଖେଇ ହୁଅନ୍ତି ହିରୋ ମୁହିଁ ଏଠି

ନିକର୍ମା ବେକାରୀ ହୋଇ ଭାବନ୍ତି ସମ୍ରାଟ ।।


ପାରୁ ପଣିଆଟା ଦୂରେ ଥାଉ ପଛେ

ହିରୋ ପଣିଆଟା ଆଗ ଦୃଶ୍ୟମାନ,

ଲୋଭାଗ୍ରସ୍ତ,ନିଶାଗ୍ରସ୍ତ,ପାପାଗ୍ରସ୍ତ ରେ

ଭରତି ହେଲାଣି ଅଧର୍ମରେ ଆସମାନ ।।


ଏସବୁ ଚାଲିଛି ବି ଏ ସାରା ରାଇଜେ

ଅନ୍ଧ ଭାବେ ମାନି ନେଉଛୁ ସମସ୍ତେ,

ପ୍ରକୃତର ହିରୋ ରଚନା ରଚୁଛି

ବିନାଶିବାକୁ ଏ ସାରା ବନସ୍ତେ ।।


ଏ ଦେଶର ବୀର ଥିଲେ ସବୁ ହିରୋ

ମହାନ ଗାନ୍ଧୀ ଗୋପବନ୍ଧୁଙ୍କ ପରି,

ପ୍ରକୃତରେ ହିରୋ ମାନିନେବା ସବୁ

ସହିଛନ୍ତି ବହୁ ସଂଗ୍ରାମ କରି ।।


ଇତିହାସ ପୃଷ୍ଠା କହୁଅଛି ସଦା

ଓଲଟାଇ ଦେଖ ହିରୋଙ୍କ ଛବି,

ଶତ ପ୍ରଣିପାତ ସମର୍ପି ଦେବାରେ

ପୂର୍ବାକାଶେ ଉଦୟ ମାଙ୍ଗଲ୍ୟ ରବି ।।


ଶତାଧିକ ଶତାୟୁ ପୁରୁଷ ଯେ ଥିଲେ

ଭାରତ ଭୂଇଁକୁ ମହାନ କରିଲେ,

ଦୀର୍ଘଜୀବି କାମନା ଓ ଜଳାଞ୍ଜଳି ଦେଇ

ହିରୋ ହୋଇ ଦେଶେ ଟେକ ରଖିଲେ ।।


Rate this content
Log in

Similar oriya poem from Inspirational