STORYMIRROR

Panchanan Jena

Tragedy

4  

Panchanan Jena

Tragedy

ହେମାଳ ହେଣ୍ଟାଳ

ହେମାଳ ହେଣ୍ଟାଳ

1 min
249

କବିତା - ହେମାଳ ହେଣ୍ଟାଳ
ରଚନା - ପଞ୍ଚାନନ ଜେନା
ତାରିଖ - ୧୭-୦୪-୨୦୨୫

ଭାବନା ଏଠି ଫୁଲମାଳ
ଶବ୍ଦରେ ପ୍ରକମ୍ପିତ ହେବା ପୂର୍ବରୁ
ପଦ ଛନ୍ଦରେ ରୂପାନ୍ତରିତ ପୂର୍ବରୁ
ପଛଘୁଞ୍ଚା ଲୁଚକାଳି ଖେଳ

କାମନା ଏଠି ଶତଦଳ
ନିରୋଳା ମଧୁରାତି ଆସିବା ପୂର୍ବରୁ
ଛବିଳ ମଧୁମାଳତି ଫୁଟିବା ପୂର୍ବରୁ
ନିଦ ବାଉଳା ଅସମ୍ଭାଳ

ଯାତନା ଏଠି ମାଳ ମାଳ
ଭୂମିପୁତ୍ର ଏଠି ମାଟି ଚଷିବା ପୂର୍ବରୁ
ସୁବୁଜ କେଦାର ସୁନା ଫଳେଇବା ପୂର୍ବରୁ
ସୁଧ ଜଞ୍ଜାଳେ ଟଳମଳ

ଚେତନା ଏଠି ହାଣ୍ଡିଶାଳ
ଉର୍ବର ଚିନ୍ତନ ଗଜୁରିବା ପୂର୍ବରୁ
ସମ୍ୟକ ଧାରଣା ମଣ୍ଡନ ପୂର୍ବରୁ
ଗର୍ଭପାତ ଶେଷ ଅସମ୍ଭାଳ

ବର୍ଣ୍ଣନା ଏଠି କଣ୍ଟାମାଳ
କଟା ଘା ରେ ମଲମ ଲେପିବା ପୂର୍ବରୁ
ଶବ୍ଦ ବାଣରେ ପ୍ରଦୁଷଣ ହେବା ପୂର୍ବରୁ
ଫୁସୁକି ଯାଏ ହେଣ୍ଟାଳ

ପ୍ରାର୍ଥନା ଏଠି ହଳାହଳ
ପୂଜା ପାଠରେ ବହୁ ଆଡମ୍ବର ପୂର୍ବରୁ
ଲୋକ ଦେଖାଣିଆ ଆୟୋଜନ ପୂର୍ବରୁ
ମାନବିକତା ମରିଥାଏ ସମୂଳ

କଲ୍ପନା ଏଠି ସମତଳ
କଥାରେ ପେଞ୍ଚ ଆଣ୍ଟିବା ପୂର୍ବରୁ
ସମସ୍ୟା ମଞ୍ଜି ବୁଣିବା ପୂର୍ବରୁ
ଆତ୍ମା ବିକ୍ରିସାରି ହେମାଳ

ସାନ୍ତ୍ୱନା ଏଠି କଟାଫଳ
ପାଚିବା ବାସିବା ବାଣ୍ଟିବା ପୂର୍ବରୁ
ଫସେଇବା ହରେଇବା ବହୁ ପୂର୍ବରୁ
ଚୁକ୍ତିପତ୍ର ସ୍ବାକ୍ଷରିତ ସରିଛି ଖେଳ

ସର୍ଜନା ଏଠି ଦୁର୍ବଳ
ସୃଷ୍ଟିର ଶ୍ରେଷ୍ଠ କୃତି ହେବା ପୂର୍ବରୁ
ବିଭୁଙ୍କ କାଳଜୟୀ କିର୍ତ୍ତୀ ହେବା ପୂର୍ବରୁ
ଭୂପତିତ ଭାରାକ୍ରାନ୍ତ ପଙ୍ଗପାଳ


Rate this content
Log in

Similar oriya poem from Tragedy