ହେ ଫକୀର !
ହେ ଫକୀର !
ସଂକ୍ରାନ୍ତିରେ ତୁମେ ଜନମ ଲଭିଲ
ସଂକ୍ରାନ୍ତିରେ ନେଲ ସମାଧି
ବିଧିର ବିଧାନ କେ କରିବ ଆନ
ସାରିବାକୁ ହୁଏ ଅବଧି ।
ସ୍ୱଳ୍ପ ଲୋକ ସିନା ସେ ପୂଣ୍ୟ ଲଭନ୍ତି
ଜନ୍ମ-ମୃତ୍ୟୁ ଏକା ତିଥି
ସଂକ୍ରାନ୍ତି ପୁରୁଷ ଦୁନିଆଁ ବୋଲଇ
ମହାଜ୍ଞାନୀ ମହାମତି ।
ଅଗ୍ରଜ ତୁମର ଜନ୍ମି ମରିଗଲେ
ମାତା ଭାଳେ କୁମରଙ୍କୁ
ତୁମ ଜନ୍ମ ପରେ କାଳ ଯମ ଡରେ
ବିକି ଦେଲେ ଫକୀରକୁ ।
ତେଣୁ ହେ ଫକୀର ତୁମେ କର୍ମ ବୀର
ସେନାପତି କୋଳେ ଜନ୍ମ
ଅଭାବୀ ସଂସାର ତାଡ଼େ ଜମିଦାର
କଲ ସେନାପତି କାମ ।
ବିଲୁପ୍ତ ପରାଏ ଓଡ଼ିଆ ଭାଷାର
ଜାଗ୍ରତ ପ୍ରହରୀ ସାଜି
ଭାଷା ସାହିତ୍ୟର ସେନାପତି ହେଲ
ମାନ ଅଭିମାନ ତେଜି ।
ଇଂରେଜ ଦମନ ଭାଷା ଆନ୍ଦୋଳନ
ଏକା ସାଥେ ଚାଲୁ ଥିଲା
ସେନାପତି ରୂପେ ଯେ ହାତେ ବଲମ
ସେ ହାତେ କଲମ ଥିଲା ।
ଓଡ଼ିଆ ଗଳ୍ପର ସ୍ରଷ୍ଟା ତୁମେ ଆହେ
କାବ୍ୟ କବିତାର ଦ୍ରଷ୍ଟା
ଦେଶକୁ ସ୍ୱାଧୀନ କରିବାରେ ପଣ
ରଖି ଥିଲ ଦୃଢ଼ ନିଷ୍ଠା ।
ଜାତି ସେନାପତି ବୃତ୍ତି ସେନାପତି
ସାହିତ୍ୟର ସେନାପତି
ଫକୀର ମୋହନ ସେନାପତି ତୁମେ
ବ୍ୟାସକବି ତୁମ ଖ୍ୟାତି ।
