ହେ ଈଶ୍ଵର
ହେ ଈଶ୍ଵର
ଆହେ ଦୟାମୟ ହେ ଶମ୍ଭୁ ଶଙ୍କର
ଘେନ ଆମରି ପ୍ରଣତୀ
ତୁମ୍ଭ ସେବା କରି ଭବୁ ହେବୁ ପାରି
କରୁଛୁ ଆମ୍ଭେ ଗୁହାରୀ ।
ରଖ ବା ନ ରଖ ଆହେ ଭୋଳାନାଥ
ତୁମ୍ଭେ ହିଁ ପାଳନ କର୍ତ୍ତା
ତୁମେ ହିଁ ତ ଆଦି ତୁମେ ହିଁ ଅନନ୍ତ
ଅସୀମ ଶକ୍ତି ର ଦାତା ।
ଦେବ ମଧ୍ୟେ ଦେବ ଆହେ ମହାଦେବ
ତୁମେ ହିଁ ଭାଗ୍ଯ ବିଧାତା
ଏ ସାରା ସଂସାର ସବୁ ତୁମ୍ଭ ଲୀଳା
ତୁମ୍ଭେ ହିଁ ଜଗତ କର୍ତ୍ତା ।
ମୁଁ ଛାର ମାତର ତୁଚ୍ଛ ଭକ୍ତ ଅଟେ
କରୁଛି ଏତେ ଗୁହାରୀ
ସର୍ବ ସୁଖମୟ ଶାନ୍ତି ଭରୁ ପୃଷ୍ଠେ
ହେ ପ୍ରଭୁ ବିଶ୍ବ ବିହାରୀ ।
ଗୁରୁଜନ ଙ୍କ ର ଚରଣ ସେବାରେ
ଦିନ ଆମ୍ଭ କଟୁଥାଉ
ଯୁଗ ଯୁଗ ପାଇଁ ମିଳୁ ଆଶୀର୍ବାଦ
ସୁଖେ ଆମ ଦିନ ଯାଉ ।