ହେ ଚକାନୟନ ଅଗତିର ଗତି
ହେ ଚକାନୟନ ଅଗତିର ଗତି
ଅଟୁ ପରା ତୁହି ସୃଷ୍ଟି କର୍ତ୍ତା ପ୍ରଭୁ କଲୁ ଭିଆଣ
ହେ ଚକାନୟନ ଅଗତିର ଗତି ଦୁଃଖ ନାଶନ !
ସବୁରି କାରଣ ତୁହି ଅଟୁପରା ତୁ ଦିବ୍ୟ ଜ୍ୟୋତି
ଜ୍ଞାନୀ ଜାଣି୍ଥାଏ ତୋହରି ମହିମା ବୈକୁଣ୍ଠପତି !
ହେ ବଡ଼ ଠାକୁର ଦିଅ ହେ ନଜର ଚିନ୍ତା ସର୍ବାଙ୍ଗ
ଚିନ୍ତା ଦୂର କର ଅଟୁ ତୁ ଈଶ୍ଵର ମୁଁ ଯେ ଅପଙ୍ଗ !
ଗୀତା ଭାଗବତ ଅଟେ ଜ୍ଞାନ ଶାସ୍ତ୍ର ତୋର ବଚନ
ତୋହରି ବଚନ ପାଳୁ ଅଛି ମୁହିଁ ମଧୁସୂଦନ !
ଗଜ ଡ଼ାକଦେଲା ଲକ୍ଷେ ଯୋଜନରୁ ଡ଼ାକଶୁଣିଲୁ
ଖମ୍ବରୁ ବାହାରି ପ୍ରହ୍ଲାଦକୁ ତୁହି ରକ୍ଷା କରିଲୁ !
ଲଜ୍ଜା ନିବାରଣ କଲୁ ପ୍ରଭୁ ତୁହି ହେ ଦ୍ରୌପଦୀର
କରୁ ତୁ କରୁଣା ହେ କରୁଣାକର ଜୀବଜନ୍ତୁ ର !
ଧର୍ମ କର୍ମତ୍ୟାଗ ସଂସ୍କୃତି ସଂସ୍କାର ଦେଖୁ ନେତ୍ରରେ
ଅହିଂସାର ମନ୍ତ୍ର ମାନବ ସମାଜେ ଦିଅ ଠାକୁରେ !
ଅନାଦି ଅନନ୍ତ ଅଟୁ ପରା ତୁହି ଜଗତ ନାଥ
ଏ ବିଶ୍ୱ ବ୍ରହ୍ମାଣ୍ଡ ତୁମ ଦ୍ବାରା ପ୍ରଭୁ ଏ ସଞ୍ଚାରିତ !
ଅଛୁ ତୁହି ରହି କୁଟୁମ୍ବ ଧରିଣ ପୁରୀ କ୍ଷେତ୍ରରେ
ମହିମା ଗୁଞ୍ଜୁଛି ପ୍ରଭୁ ତୋହରି ଟି ସାରା ବିଶ୍ବରେ !
ଅଗତିର ଗତି ପଥ ଅଟୁ ପରା ହେ ନିରାକାର
ଭକ୍ତଙ୍କର ବନ୍ଧୁ ଯହିଁ ତୁହି ପରା ଶକ୍ତି ତାହାର !
କର ଦୁଃଖ ନାଶ ଜଗତ କର୍ତ୍ତାହେ ଭାରତବର୍ଷେ
କର୍ତ୍ତବ୍ୟର ମାର୍ଗେ ରହିଣ ମନୁଷ୍ୟ ରହୁ ହରଷେ !
ଯୁଦ୍ଧର ତାଣ୍ଡବ ଘୁଞ୍ଚାଇ ଦିଅହେ ତୁ ଅନ୍ତର୍ଯ୍ୟାମୀ
ଗୁହାରି କରୁଛି ପଦେ ତଳେ ତୋର ଜଗତ ସ୍ବାମୀ !