ହାତ
ହାତ
ହାତ
ଦିଅଇ ବ୍ୟଥା କୁହଇ କଥା
ଛୁଅଇଁ ମଥା
ପୁଣି ଦିଅଇ ଭାତ।
ଏଇ ହାତେ ଗଢା
କୋଟିଏ ଘର
ଏଇ ହାତ ଭାଗେ
କେତେ ସଂସାର
ଏଇ ହାତ ପାଇଁ
ସୃଷ୍ଟି ସର୍ଜନା
ଏଇ ହାତ ପାଇଁ ମହା ଭାରତ।
ହାତରେ ରହିଛି
କାଉଁରୀ ସ୍ପର୍ଶ
ତା ଲାଗି ପଥର
ଲାଗେ ଜୀବନ୍ତ
କୋଣାର୍କ ଆଉ ତାଜମହଲ
କୁହେ ଏ ହାତର କେତେ ତାକତ।
ଚିତର କୁହଇ
ଭିତର କଥା
ଶିଳା ଦେହେ ଲେଖେ
ଜୀବନ କବିତା
ମାଟି ଛୁଇଁ ଦେଲେ
ସୁନା ପାଲଟେ
ହାତ ଥିଲେ ଅଭାବ
ହୁଏନି ଭାତ।
ଛୁଇଁ ଦେଲେ ତାର
ହୁଏ ସଙ୍ଗୀତ
ହାତରେ ହାତ
ମିଳାଇ ଦେଲେ ମଇତ୍ର
କଲମ ଧରିଲେ
ଝରେ କବିତା ଗଳ୍ପ
ଅସମ୍ଭବକୁ ସମ୍ଭବ
କରେ ଏ ହାତ।