STORYMIRROR

Satyabati Swain

Inspirational

4  

Satyabati Swain

Inspirational

ହାତ

ହାତ

1 min
606

ହାତ 

ଦିଅଇ ବ୍ୟଥା କୁହଇ କଥା

ଛୁଅଇଁ ମଥା

ପୁଣି ଦିଅଇ ଭାତ।


ଏଇ ହାତେ ଗଢା 

କୋଟିଏ ଘର

ଏଇ ହାତ ଭାଗେ

କେତେ ସଂସାର

ଏଇ ହାତ ପାଇଁ

ସୃଷ୍ଟି ସର୍ଜନା

ଏଇ ହାତ ପାଇଁ ମହା ଭାରତ।


ହାତରେ ରହିଛି

କାଉଁରୀ ସ୍ପର୍ଶ

ତା ଲାଗି ପଥର

ଲାଗେ ଜୀବନ୍ତ

କୋଣାର୍କ ଆଉ ତାଜମହଲ

କୁହେ ଏ ହାତର କେତେ ତାକତ।


ଚିତର କୁହଇ

ଭିତର କଥା

ଶିଳା ଦେହେ ଲେଖେ

ଜୀବନ କବିତା

ମାଟି ଛୁଇଁ ଦେଲେ

ସୁନା ପାଲଟେ

ହାତ ଥିଲେ ଅଭାବ

ହୁଏନି ଭାତ।


ଛୁଇଁ ଦେଲେ ତାର

ହୁଏ ସଙ୍ଗୀତ

ହାତରେ ହାତ

ମିଳାଇ ଦେଲେ ମଇତ୍ର

କଲମ ଧରିଲେ

ଝରେ କବିତା ଗଳ୍ପ

ଅସମ୍ଭବକୁ ସମ୍ଭବ 

କରେ ଏ ହାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational