STORYMIRROR

Pramit Mohapatra

Comedy

2  

Pramit Mohapatra

Comedy

ହାଏରେ ମୋ’ ପାୱାର ଚଷମା – ୫

ହାଏରେ ମୋ’ ପାୱାର ଚଷମା – ୫

1 min
13.6K



ଆମରି ଅଞ୍ଚଳ ଜଙ୍ଗଲ ଅତି,

ଜନ୍ତୁଙ୍କ ସାଥିରେ ରହଇ ପ୍ରୀତି,

କେବେ ଯେ କୁକୁର କରେ ସଲାମ,

ବାଘମାମୁଁ କହେ ରାମ ରାମ ।

ଦିନ ସରି ସଞ୍ଜ ହେଲା ପାଖେଇ,

ବାହାରିଲି ସାଇକଲ ଗଡ଼େଇ,

ଯବାକୁ ଥିଲା ସେ ବହୁତ ଦୂର,

ଏଣେ ହେଉଅଛି ବେଳ ଉଚ୍ଛୁର।

ଅନ୍ୟମନସ୍କରେ ଯାଉଛି ଚାଲି,

ଅଧା ଦିଶେ ବାଟ ଅନ୍ଧାର ବୋଲି,

ଦୂରକୁ ଦେଖି ମୁଁ ହେଲି ଛାନିଆ,

ଶୋଇଅଛି ଭାଲୁ ମୁଁ ଏକୁଟିଆ।

ବିଶାଳ ଚେହେରା ଦେହଟି କଳା,

କପାଳ ମନ୍ଦ କି, ଏ' ଅପବେଳା ?


ଟୋକାଟେ କହିଲା ଭାଲୁ ନୁହଇ,

ମଉସା ତୁମେ କି ହେଲ ହେ ବାଇ।

ଦଳବାନ୍ଧି ଆମେ ଯିବା ହେ ଚାଲି,

ଭୟରେ ମନ ମୋ' ଯାଏ ଚହଲି,

ଟୋକା ପଛେ ଚାଲେ ଏ' ପଟୁଆର,

ଭାଲୁ ହେଲା ଭାଇ ନିକଟତର।

ପାଖକୁ ଯାଇ ତ ସବୁ ବୁଝିଲୁ,

ମଇଁଷି ଥିଲା ସେ ନୁହଇ ଭାଲୁ,

ଏତେ ଲୋକ ଦେଖି କରିଲା ବେଁ.....

ବାହାରି ଗଲାଣି ମୋହର ପେଁ....


.

ମୁନ୍ନା ଭାଇ, ଗୁଣପୁର


Rate this content
Log in

Similar oriya poem from Comedy