Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasis Rout

Inspirational

3  

Debasis Rout

Inspirational

ଗୁରୁ

ଗୁରୁ

1 min
229


ତୁମେ ସିଦ୍ଧ, ବୁଦ୍ଧ ତୁମେ ହିଁ ସମୃଦ୍ଧ

 ତୁମେ, ବିଶ୍ଵ ଆଉ ବିଶ୍ଵକର୍ମା

ତୁମେ ହିଁ କେବଳ ସୃଷ୍ଟି କରିପାର

 ନିର୍ଦ୍ଦୟୀ ମନରେ କ୍ଷମା

ଅମରାବତିର ଅମର ଧାମରେ

 ତୁମେ ଜ୍ଞାନ ବିଦେହ ମୂର୍ତ୍ତି

ତୁମେ ହିଁ ବ୍ୟାସ ତୁମେ କାଳିଦାସ

 ତୁମେ, ଅଧୁନା ଭାରତ କୀର୍ତ୍ତି

କି ଶଦ୍ଦେ ବନ୍ଦିବି ତବ ଶ୍ରୀଚରଣ

 ସ୍ୱଳ୍ପ ଜ୍ଞାନ ମୂଢ ମୁହିଁ

ତୁମ୍ଭ ଶ୍ରୀଚରଣ ବନ୍ଦିବାକୁ କୁହ

 ଭାଷା କୋଷେ ଶବ୍ଦ କାହିଁ

ଜ୍ଞାନ ବିନା ପରା ଜୀବନ ଯେ ଛାର

 ଆତ୍ମା ଶୂନ୍ୟ ଦେହ ଲାଗେ

ତୁମ୍ଭରି ଆଶିଷ ଶିକ୍ଷା, ଦୀକ୍ଷା ପାଇ

 ଜ୍ଞାନର ଆଲୋକ ଯାଗେ

ଅଜ୍ଞାନ ରୂପକ ଅନ୍ଧକାରେ ତୁମେ

 ଅମୋଘ ଅଖଣ୍ଡ ଜ୍ୟୋତି

ତୁମ୍ଭରି ଆଶିଷେ ଅଲୋଡା ଆକାଶେ

 ପ୍ରଜ୍ୱଳିତ ଜ୍ଞାନ ଖ୍ୟାତି

ସାର୍ଥକ ହୋଇଛି ଜୀବନ ଆମ୍ଭର

 ଲୋଭୀ ତୁମ୍ଭ ଦିବ୍ୟ ଜ୍ଞାନ

ଗୁରୁ ପୂଜନର ଏହି ପବିତ୍ର ଦିନରେ

  ଜଣାଏ ଆଭୂମ ପ୍ରଣାମ

  ଜଣାଏ ଆଭୂମ ପ୍ରଣାମ



Rate this content
Log in

Similar oriya poem from Inspirational