STORYMIRROR

SIBANI PARIDA

Inspirational

3  

SIBANI PARIDA

Inspirational

ଗରିବର ବନ୍ଧୁ ଗୋପବନ୍ଧୁ

ଗରିବର ବନ୍ଧୁ ଗୋପବନ୍ଧୁ

1 min
14.1K


ଗରିବଙ୍କ ଦୁଃଖ ଦେଖିଲେ ଯା ଆଖି

ହୋଇଯାଏ ଛଳଛଳ

ନିଶି ଅନ୍ଧାରରେ କାନ୍ଦନ୍ତି ଯେ ବସି

ଦେଖି ଦୁଃଖୀର ଆନନ

ବୀର ପରି ସିଏ ଛୁଟି ଯାଉଥିଲେ

ଖାତିରି ନକରି ତିଳେ

ହେଉ ବର୍ଷା ବାଆ ନଅଙ୍କ ଦୁର୍ଭିକ୍ଷ

ଭରା ନଈ କୋଳେ କୋଳେ

ଗରିବୀ ହଟିବ ମୋ ରାଇଜରୁ

ଏ ଥିଲା ତାଙ୍କରି ଚେଷ୍ଟା

ଏତେ କ୍ଳେଶ ମନେ ହେଉଥିଲା ତାଙ୍କ

ଦେଖି ଗରିବ ଦୁର୍ଦ୍ଦଶା

ଦେଶବାସୀ ପାଇଁ ନିଜ ମାଂସ ହାଡ

ଲାଗିଯାଉ ପଛେ କାମେ

ମୋ ଦେଶର ଲୋକ ଭଲରେ ରୁହନ୍ତୁ

ଏ ଥିଲା ତାଙ୍କରି ମନେ

କର୍ମ ଜୀବନର ମାନଦଣ୍ଡ ବୋଲି

(ସେ )ଜାଣିଥିଲେ ଭଲ କରି

ଜୀବନ ହିଁ କର୍ମ କର୍ମ ହିଁ ଜୀବନ

ଏତେ ଥିଲା ନିତି ତାଙ୍କରି

ଶିବାନୀ ପରିଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational