ଧୋକା
ଧୋକା
1 min
14.8K
ଜୀବନର ଏଇ ନିର୍ଜନ ପଥରେ,
ପୁଣି ଏ କାହାର ଛାଇ,
ନା' କେବଳ ଇଏ ଭ୍ରମ ମୋ ମନର,
ଅତୀତ ସ୍ମୃତିକୁ ନେଇ l
ଚାଲିଯାଇଛି ସେ ସୁଖ ଦିନ ସବୁ,
କାହିଁମନେ ପଡ ପୁଣି,
ଢାଳି ତ ଦେଇଛ ଲୁହ ତୁମେ ଖାଲି,
ଟିକିଏ ହସକୁ ବୁଣି,
ଚାଲିଯାଅ ମୋର ମନ ମାନସରୁ,
ଛାଡିଦିଅ ମୋତେ ଏକା,
ବୁଝିନିକି ମନ ଏତେ କଷ୍ଟ ଦେଇ,
ଦେଇ ପୁଣି ଏତେ ଧୋକା l
