Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta kumar Sahoo

Classics

3  

Hemanta kumar Sahoo

Classics

ଏତେ ଲୋଭ କ'ଣ ପାଇଁ

ଏତେ ଲୋଭ କ'ଣ ପାଇଁ

1 min
121



ସଂସାରେ ଜନମ ନେଇଛେ ଭାଇରେ

ଖାଇବା ପିଇବା ରହିବା 

ଆଉ କ'ଣ ଆମ ଅଧିକ ହୋଇଲେ 

ଆମେ ପୁଣି ଖୁସି ହୋଇବା ?

ପ୍ରକୃତି ସବୁ ତ ରଖିଅଛି ଦେଖ 

ଆମ ମାନଙ୍କର ପାଇଁ

ତଥାପି କାହିଁକି ଈର୍ଷାରେ ଜଳୁଛ

ବଢିମା ପଣ ଦେଖାଇ ।।

ଟଙ୍କା ଗାଦି ପରେ ବସି ରହିକରି

ଆହୁରି ହେଉଛି ମନ 

ଯେପରି ସେ ଗଦା ସଙ୍ଗରେ ଧରିକି 

ଯିବ ତୁମେ ସମଶାନ !!!

ଲଙ୍ଗଳା ହୋଇତ ଆସିଲୁ ସଂସାରେ

ଲଙ୍ଗଳା ହୋଇ ଫେରିବୁ 

ଯାହା ମରିପଡି ରୋଜଗାର କରୁ 

ସବୁ ଭୂତ ଖୁଆଇବୁ ।।

ଜଳ ବାୟୁ ନିଆଁ ମାଟି ବନ ଲତା 

ସୂର୍ଯ୍ୟ ଚନ୍ଦ୍ର ଏ ଜଗତ 

ସବୁ ତ ଦେଇଛି ପ୍ରକୃତି ଆମକୁ 

କ'ଣ ପାଇଁ ହନ୍ତସନ୍ତ ?

ହାତ ଗୋଡ଼ ଦେଇ ଅଛନ୍ତି ଈଶ୍ବର 

ଖଟିବ ପୁଣି ଖାଇବ 

ଅଳସୁଆ ପଣେ ସେତକ ହୁଏନା 

ଲଗାଅ କଳହ ଭାବ ।।

ଆ ଗୋଡ଼ ଟାଣେ ତାକୁ ଯାଇ ହାଣ

କାହାଠୁ ଟଙ୍କା ଛଡାଇ

କାହାର ଧନକୁ ହରଣ କରୁଛ 

କାହାକୁ ପଟି ଚଢାଇ !!!

ଖାଇଲା ପରେ ବି ଯାହା ବି ବଞ୍ଚୁଛି 

ନେଇ ବାହାରେ ଫିଙ୍ଗୁଛ 

କୁକୁର ବିଚରା ଅନାଇ ବସିଛି 

ତା କଥା କି ହେଜୁଛ ?

ଟଙ୍କା ଟଙ୍କା ପାଇଁ ପାଗଳ ହେଉଛ 

ଟଙ୍କା କ'ଣ ସବୁକିଛି

ଟଙ୍କା ଦେଇ ବାବୁ ମମତା କିଣିଲୁ 

ଦେଖିବା ତୋ କରାମତି ?

ଆଜିକା ଜୀବନ କାଲିକୁ ନ ଥିବ 

ନ ରହିବ ଧନ ପାଶେ 

ପୁଅ ବୋହୂ ମିଳି ବୋହି ନେବେ ସବୁ 

ଅନାଇ ଥିବୁ ଚାତକେ ।।

ମଣିଷଟେ ଯେବେ ହେବାକୁ ଚାହୁଁଛୁ

ଶୁଣ ବାରେ ମୋର କଥା

ଧନ ପଛ ଛାଡି ଧର୍ମ ପଛ ଧଅ 

ଯଦି ହେବୁ ଜଗଜ୍ଜିତା ।।

ସବୁ ଧନ ତାର, ତୋର କିଛି ନାହିଁ

ଖାଲି କହୁ ମୋର ମୋର 

ତାର ଧନ ଆଣି ନିଜର ଭାବୁଛୁ 

ନେବୁ କି ସଙ୍ଗରେ ତୋର ।।

ତାର ଧନ ସିଏ, ଛଡ଼ାଇ ରଖିବ

ଲଙ୍ଗଳା କରି ପେଶିବ 

ଯେମିତି ଆସିଛୁ ସେମିତି ଯିବୁ 

ଖଞ୍ଜିଛି ପରା ଦଇବ ?



Rate this content
Log in

Similar oriya poem from Classics