ଏକାକୀ ପଥିକ
ଏକାକୀ ପଥିକ
ପିଲାଦିନ ଥିଲା ସୁନା ପରି ଉଜ୍ଜ୍ୱଳ,
ସଙ୍ଗରେ ଥିଲା ନିଆଁ ପରି ତାପ ।
ମାତା, ପିତାର ଛାଇରେ ଥିଲି ନିରାପଦ,
ସେଇ ସମୟ ଥିଲା ମୋ ଜୀବନର ଏକ ସୁରଭି ଅଂଶ ll
ବଢ଼ିଲି ମୁଁ, ବଢ଼ିଲା ମୋ ଦୁଃଖ ଭାଜି,
ଉଚ୍ଚ ଶିକ୍ଷାର ରାସ୍ତା ହେଲା କଣ୍ଟକିତ ।
ପଢ଼ିଲି ରାତି, ପଢ଼ିଲି ଦିନ,
ଶିକ୍ଷା ହେଲା ମୋ ବନ୍ଧନ ଅଭିନ୍ନ ll
ସାଙ୍ଗ ମାନେ କେଉଁଠି ଗଲେ ଛାଡ଼ି ମୁଠି?
ମେଘ ବର୍ଷା ପରେ ନଦୀ ଶୁଖାଇ ଯାଏ ଯେମିତି ।
ପୁରାଣି ଫଟୋ ଦେଖି ଆଖି ଭରେ ପାଣି,
ସ୍ମୃତି ରେ ରହିଗଲେ ସେମାନେ ଅଜଣା ପ୍ରାଣୀ ll
ସରକାରୀ ଚାକିରି ଏକ ଦୁର୍ଗ ପରାୟେ,
ଭିତରେ ପଶିବାକୁ ବହୁତ ଯୁଦ୍ଧ କରେ ।
ଚାହିଁଲି ଅସଂଖ୍ୟ ଦ୍ୱାର, ଖୋଲିଲା କେବଳ କିଛି,
ପ୍ରତ୍ୟେକ ବନ୍ଦ କବାଟେ ମୋ ଆତ୍ମା ଗଲା ଭାଙ୍ଗି ll
ଏବେ ବସିଛି ମୁଁ ଏଇ ଜୀବନ ରଥରେ,
ଯନ୍ତ୍ରଣା କାନ୍ଦେ ମୋ ହୃଦୟ ଅନ୍ତରାଳେ ।
କହିବାକୁ କିଏ ଅଛି ମୋ ଦୁଃଖ କାହାଣୀ?
ଶୁଣିବାକୁ କିଏ ଅଛି ମୋ ଭଙ୍ଗା ଭବିଷ୍ୟତ ବାଣୀ? ll
ଏ ଘନ ଅନ୍ଧାରେ ଏକା ଯାତ୍ରୀ ପରା,
ମରୁଭୂମିରେ ଏକ ଗଛଟିଏ ପରି ।
ଦୁଃଖ ମୋର ସାଥୀ, ଯନ୍ତ୍ରଣା ମୋର ବାନ୍ଧବ,
ଏ ଏକାକୀ ଯାତ୍ରାରେ କେବଳ ଏମାନେ ସବୁ ମୋ ନିଜର ll
ପିଲାଦିନ ଫେରିଆସ ମୋ ଆତ୍ମାରେ ପଡ଼,
ସାଙ୍ଗ ମାନେ ଫେରିଆସ ମୋ ନିଃସଙ୍ଗତା ଛାଡ଼ ।
କିନ୍ତୁ ଜାଣିଛି ମୁଁ ଏ ସ୍ୱପ୍ନ ଅସାର,
ଏ ଯାତ୍ରା ମୋର କେବଳ ଏକା, ଅନ୍ତହୀନ ପାର ll

