ମୋ ଗାଁ ଦପା
ମୋ ଗାଁ ଦପା
ପହଞ୍ଚିଲି ମୁଁ ମୋ ଦପା ଗାଁ,
ପ୍ରେମ ଓ ପବିତ୍ରତା ରହିଛି ଯାହାର ନା ।
ସାକ୍ଷୀ ହେଉଛି ଏଠାର ଧାନ ଖେତ,
ସୁନା ରଙ୍ଗ ମେଘ ତଳେ ନୃତ୍ୟ କରେ ଜେତ।
ପ୍ରବେଶ କଲେ ଦିଶେ ପ୍ରଥମେ ବିଦ୍ୟାଳୟ,
ଶିକ୍ଷାର ଆଲୋକରେ ଆଗକୁ ବଢ଼ିଛି ନୟ।
ଯେଉଁଠି ଶିଶୁ ହସେ ଶିକ୍ଷକ ବୋଲନ୍ତି ଗୀତ,
ତା' ଶବ୍ଦ ମାନେ ହୃଦୟରେ ହୁଏ ନବ ପ୍ରଚାରିତ।
ଗାଁର ପଣା ସଂକ୍ରାନ୍ତି ପୂର୍ବରୁ ହୁଏ ଅଷ୍ଟପ୍ରହରୀ ନାମ ଯଜ୍ଞ ଶୁଭ ଧାରା,
ନଗର ସଙ୍କୀର୍ତ୍ତନର ଶବ୍ଦରେ ଉଲ୍ଲାସ ଲାଗେ ପ୍ରତିଟି ଘର ଦ୍ଵାରା।
ଆଲୋକ ଦ୍ୱାରା ରଙ୍ଗିନ ହୁଏ ଗାଁର ଗଳି ଓ ପଥ,
ସମସ୍ତ ଲୋକ ଏକାଠି ହେଇ କରନ୍ତି ଭୋଜନ ହସରା ମନରେ ।
ଯାତ୍ରାର ଝଙ୍କାର ଆନେ ଲୋକ କଳାର ରୂପ ଅଦ୍ଭୁତ,
ଏହି ଦିନ ଗାଁର ହୃଦୟରେ ରହିଯାଏ ଅମର ଭାବେ ଅନୁସୃତ।
"ମା ବାଶୁଳୀ ମନ୍ଦିର ଅଛି", ଗ୍ରାମର ରକ୍ଷାର ଅବତାର ଭଳି,
ପ୍ରତିବର୍ଷ ହୁଏ ରଥଯାତ୍ରା, ଧ୍ୱନି ଉଲ୍ଲାସ ଭକ୍ତିର ଝଙ୍କାର,
"ମା ଗ୍ରାମଦେବତୀଙ୍କ" କୃପାରେ ହୁଏ ଜୀବନ ସରଳ, ଶୁଭ ଓ ନିର୍ବିଘ୍ନ ପଥ ଧାର।
ସାଳନ୍ଦୀ ଓ ଗେଙ୍ଗୁଟି ନଦୀ ହେଉଛନ୍ତି ମା'ର ଚୁମ୍ବନ,
ଗାଁର ପାଖରେ ବହି ବହି କହନ୍ତି ସ୍ନେହର ଗୀତ ଅନୁବନ।
ପାଣିର ଶବ୍ଦ ମଧୁର ଧ୍ୱନି ହେଇ ଜାଗେ ସ୍ମୃତି,
ପିଲାବେଳର ସାଙ୍ଗ ମାନେ ଥିଲେ ଯେଉଁଠି ମୋର ଜୀବନ ଯାତ୍ରା ଆରମ୍ଭ ହେଉଥିଲା ନିତି।
ମୋ ଗାଁର ଲୋକ ଭଲ ଓ ସରଳ ଅତି,
ମନ ମୁହଁ ମଧୁର, ସମ୍ବେଦନା ର ରହିଛି ଜ୍ୟୋତି।
ସହଯୋଗ ଓ ଭାଇଚାରାରେ ଯେଉଁଠି ଘର ହୁଏ ପାବନ,
ସେହି ମୋ ଦପା ଗାଁ, ମୋ ହୃଦୟ ର ଧନ।
ଜଗନ୍ନାଥ ଦାସ
ଦପା, କାଁପଡ଼ା, ଭଦ୍ରକ
