ଏହି ମୋ ଭିଟାମାଟିରେ
ଏହି ମୋ ଭିଟାମାଟିରେ
ବୈଶାଖ ମାସର ପ୍ରଚଣ୍ଡ ଖରା
ଝାଳରେ ଭିଜୁଛି ସାରା ଦେହ ସହ ମନ
ଅଚାନକ୍ କଳାହାଣ୍ଡିଆ ମେଘର ଗର୍ଜନ
ଆଶ୍ଵାସନା ଦେଲା ଏହି ବିଷାକ୍ତ ଶରୀରକୁ
ବିଲୁପ୍ତ ପ୍ରକୃତି ମଧ୍ୟ ନିଜ ଆଖୀର ଅଶ୍ରୁକୁ
ବର୍ଷା ଆକାରରେ ଢାଳିଦେଲା ପଲ୍ଲୀପ୍ରାଙ୍ଗଣକୁ
ମଳୟ ପବନ ସହ ବର୍ଷା ଭିଜା ମାଟିର ବାସ୍ନାରେ
ଇନ୍ଦ୍ରଧନୁର ସାତ ରଙ୍ଗିଆ ଯାଦୁକାରୀ ସ୍ପର୍ଶରେ
ମୋ ପଲ୍ଲୀବୁକୁଟା ଶୋଭାପାଇଲା ବହୁତ ଦିନ ପରେ ।
