Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

ଏ ସମୟ ସବୁବେଳେ ରହିବନାହିଁ

ଏ ସମୟ ସବୁବେଳେ ରହିବନାହିଁ

1 min
261



ରେ ବାଇ ମନ କାହିଁ ହେଉଛୁ ଛନ ଛନ

      ଜୀବ ଥିବାଯାଏ ତୁହିଁ.......( ଘୋଷା)

          ସତ୍ୟ ପଥେ ଦେବୁ ଧ୍ୟାନ

                  ରେ ବାଇ ମନ ........ ।

     

ତୁଚ୍ଛା ଟାରେ ତୁହି ଖାଲି ଦେଖୁଛୁ ସପନ

      ସମାଜେ ବଞ୍ଚିବା ପାଇଁ .....(.ଘୋଷା)

           କର୍ତ୍ତବ୍ୟ ଅଟେ ମହାନ

                  ରେ ବାଇ ମନ ........ ।

    

ପର ମଙ୍ଗଳେ ହିତେ ଧର୍ମର ମହାନତା

      ପେଟ ପୋଷା ନାହିଁ ଦୋଷ .......(ଘୋଷା)

              କରିଲେ କଲ୍ୟାଣ କାର୍ଯ୍ଯ

                       ରେ ବାଇ ମନ ....... ।

    

ବଳ ବଫୁ ତ ଥିବାଯାଏ ଅର୍ଜିବୁ ଧନ

     ଏହା ବିଧିର ବିଧାନ......(ଘୋଷା)

           ଏହା ସତ୍ୟତା ବଚନ

                   ରେ ବାଇ ମନ ...... ।


ସମୟ ଚକ ଟି ଗଡି ଗଡୁ ଥିବ ବାବୁ

      ଆଳସ୍ଯ ପରମ ଶତୃ..... (ଘୋଷା)

            ଜୀବନେ ଦୁଃଖ ପାଇବୁ

                    ରେ ବାଇ ମନ ....... ।


ସତ୍ୟ ଧର୍ମ ପାଳିଥିଲେ ସୁଖେ ରହିବୁ ଦିନେ

      କେହି ପାଖ ନ ଛାଡିବେ.....(ଘୋଷା)

             ସର୍ବେ ଆପଣା ମଣିବେ

                    ରେ ବାଇ ମନ ...... ।


କରତ୍ଯ ହିସାବ ବାଣି କରି ଥିଲେ ତୁହି

      ଅଜିତ ଫଳ ପାଇବୁ......(ଘୋଷା)

             ଜଗତେ ଅମର ହେବୁ

                    ରେ ବାଇ ମନ ...... ।


ଯେତେ କି ଦିନ ଯାଏ ସଂସାରେ ଥିବୁ ବଞ୍ଚି

     ଜୀବନଟା ଗଲା ବେଳେ......(ଘୋଷା)

           ବୈକୁଣ୍ଠ କରିବୁ ଗମନ

                  ରେ ବାଇ ମନ ......।

   

ଜୀବନର ସାତ ପିଢି ଶୈଶବରୁ ବୁଢା

      ଆଗ ପଛକୁ ଭାବି ତୁହି..... (ଘୋଷା)

             ନିଜକୁ କରିବୁ ଧନ୍ୟ

                    ରେ ବାଇ ମନ....... ।

 

ଯୁଗ ପରେ କେତେ ଯୁଗେ ଏମିତି ଚାଲିଥିବ

     ପଡିବ ତୋହରି ନାମ......(ଘୋଷା)

           ଜୀବନୁ ହୋଇବ ଧନ୍ୟ

                  ରେ ବାଇ ମନ ......।

 

ଏ ସମୟ ସବୁବେଳେ ରହିବ ନାହିଁ ବାବୁ

     ବେଲ ଥାଉଁ ଥାଉଁ ତୁହି......(ଘୋଷା)

          ହେଇ ଥିବୁ ସାବଧାନ

                ରେ ବାଇ ମନ .......।



Rate this content
Log in

Similar oriya poem from Inspirational