Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Classics Others

4.5  

Papu parida

Drama Classics Others

ଦୁନିଆଁର ଇଚ୍ଛା

ଦୁନିଆଁର ଇଚ୍ଛା

1 min
160


ଶହେ ପୁଣ୍ୟ ତୁ କରିଥା ପଛକେ

ଗୋଟିଏ ପାପରେ ପାପୀ

ଶହେ ଦାନ ତୁ ଦେଇଥା ପଛକେ

ଗୋଟିଏ ନାହିରେ ଲୋଭୀ।


ଶହେ ସତ ତୁ କହିଥା ପଛକେ

ଗୋଟିଏ ମିଛରେ ମିଛୁଆ

ଶହେ କାମ ତୁ କରିଥା ପଛକେ

ଗୋଟିଏ ନାହିଁରେ ଅଳସୁଆ।


ଶହେ ପ୍ରଶଂସା କରିଥା ପଛକେ 

ଥରେ ନିଜର କଲେ ତୁ ଅହଙ୍କାରୀ

ଶହେ ଜୀବନ ତୁ ବଞ୍ଚାଇଥା ପଛକେ

ଜଣେ ମରିଲେ ତୁ ହତ୍ୟାକାରୀ।


ଶହେ କଥାକୁ ରଖିଥା ପଛକେ

ଗୋଟିଏ ନାହିରେ ତିରସ୍କାର

ଶହେ ସାହାଯ୍ୟ କରିଥା ପଛକେ

ଗୋଟିଏ ନାହିଁରେ ସ୍ୱାର୍ଥପର।


ଦୁନିଆଁ ଚାହୁଁଛି ମୁଁ ବଞ୍ଚିବି ତା ଲାଗି

ମୋ ଅସ୍ତିତ୍ୱ ପଛେ ଯାଉ ମିଟି

ମୁଣ୍ଡ ନୁଆଁଇଲେ ଦୁନିଆଁ କହୁଛି

ଏତିକି ନାହିଁ ଏବେ ଦେଖା ପିଠି।



Rate this content
Log in