ଦୁନିଆଁର ଇଚ୍ଛା
ଦୁନିଆଁର ଇଚ୍ଛା
ଶହେ ପୁଣ୍ୟ ତୁ କରିଥା ପଛକେ
ଗୋଟିଏ ପାପରେ ପାପୀ
ଶହେ ଦାନ ତୁ ଦେଇଥା ପଛକେ
ଗୋଟିଏ ନାହିରେ ଲୋଭୀ।
ଶହେ ସତ ତୁ କହିଥା ପଛକେ
ଗୋଟିଏ ମିଛରେ ମିଛୁଆ
ଶହେ କାମ ତୁ କରିଥା ପଛକେ
ଗୋଟିଏ ନାହିଁରେ ଅଳସୁଆ।
ଶହେ ପ୍ରଶଂସା କରିଥା ପଛକେ
ଥରେ ନିଜର କଲେ ତୁ ଅହଙ୍କାରୀ
ଶହେ ଜୀବନ ତୁ ବଞ୍ଚାଇଥା ପଛକେ
ଜଣେ ମରିଲେ ତୁ ହତ୍ୟାକାରୀ।
ଶହେ କଥାକୁ ରଖିଥା ପଛକେ
ଗୋଟିଏ ନାହିରେ ତିରସ୍କାର
ଶହେ ସାହାଯ୍ୟ କରିଥା ପଛକେ
ଗୋଟିଏ ନାହିଁରେ ସ୍ୱାର୍ଥପର।
ଦୁନିଆଁ ଚାହୁଁଛି ମୁଁ ବଞ୍ଚିବି ତା ଲାଗି
ମୋ ଅସ୍ତିତ୍ୱ ପଛେ ଯାଉ ମିଟି
ମୁଣ୍ଡ ନୁଆଁଇଲେ ଦୁନିଆଁ କହୁଛି
ଏତିକି ନାହିଁ ଏବେ ଦେଖା ପିଠି।
