STORYMIRROR

Nilamani Thapa

Inspirational

4  

Nilamani Thapa

Inspirational

ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁ

1 min
271


  

ବଣଜଙ୍ଗଲ ର            ପାହାଡି ଝିଅଟି

          ଶୁଦ୍ଧ ପରିଷ୍କାର ମନ

କେତେ ବାଧା ବିଘ୍ନ          ଅତିକ୍ରମ କରି

          ଛୁଇଁଲେ ରାଷ୍ଟ୍ର ଭବନ ।


ଆଜି ସେ ଅଛନ୍ତି          ରାଷ୍ଟ୍ରପତି ପଦେ

          ନିଜକୁ କରିଣ ଧନ୍ୟ

ରାଷ୍ଟ୍ର ମୁଖ୍ୟ ହୋଇ         ବଢାଇଲ ହାତ

          ନାରୀ ଜାତିର ସମ୍ମାନ ।


ଦେଶ ଜାତି ପାଇଁଁ            ନିଜକୁ ସମର୍ପି

         ଦେଇଅଛ ବଳୀଦାନ

ଓଡିଶା ରେ ଆମେ         ଗର୍ବିତ ହେଉଛୁ

         କରି ତୁମ ଗୁଣଗାନ ।


ରାଇରଙ୍ଗପୁର               ଉଠୁଛି ପଡୁଛି

         ଫୁଲେଇ ଦେଇଣ ଛାତି

ବଣ ମୂଲକର              ଅଜଣା ଗାଆଁ ଟି

         ଖୁସିରେ ଯାଇଛି ମାତି ।


ଆଜି ଇତିହାସେ            ଟିପଣି ରହିଲା

         ତୁମ କାରନାମା ଦେଖି

ଆଦିବାସୀ ଜାତି            ଖିଲି ଖିଲି ହସି

        ଫୁଲେଇ ଦେଇଛି ଛାତି ।


ଦ୍ରୌପଦି ମୁର୍ମୁ           ରାଷ୍ଟ୍ରପତି ତୁମେ

         ରଖିଲ ଓଡିଆ ନାମ

ସୁବିଚାରେ ହେବ           ଏଣିକି ଦେଶର

         ସୁମହତ ପୂର୍ଣ୍ଣ କାମ ।


ଓଡିଶା ର ଝିଅ              ମହାମହିମ ହେ

        କାମ ଦେଶ ସମୁହର

ସମ ଦୃଷ୍ଟି ଥାଇ          ହୋଇଗଲେ ତାହା

        ନାମ ହେବ ଓଡିଶାର ।


ମୋ ଦେଶର ମୁଖ୍ୟ       ପଦାଧିକାରୀ ହେ

        ସନ୍ତାନ ବସ୍ତ୍ରଳା ନାରୀ

ଆମେ ଦେଶବାସୀ           ସନ୍ତାନ ତୁମର

       ଭକ୍ତି ପ୍ରଣାମ ଆମରି ।


     


Rate this content
Log in

Similar oriya poem from Inspirational