STORYMIRROR

Jogesh kumar sahu

Inspirational

3  

Jogesh kumar sahu

Inspirational

ଧରିତ୍ରୀର ଲୁହ

ଧରିତ୍ରୀର ଲୁହ

1 min
250

ରହ ରହ ଏ ଧରଣୀବାସୀ ମୋତେ

                ଦିଅ ନାହିଁ ଏତେ କଷ୍ଟ 

ତମ କର୍ମରେ ଆଜି ଏ ସାରା ସଂସାର 

               ହୋଇଯିବ ଦିନେ ନଷ୍ଟ 


ମୋ ଗର୍ଭରେ ଦିନେ ଭରି ରହିଥିଲା 

               ପ୍ରକୃତିର ସ୍ୱର୍ଣ୍ଣ ଭଣ୍ଡାର 

ଅର୍ଥ ଲାଳସାରେ ଅଵିଵେକୀ ମଣିଷ 

              କରିନେଇଛି ସବୁ ଆହାର 


ମୋରି କୋଳେ ଦିନେ ଜୀବଜନ୍ତୁ ଆସି 

            ଖେଳୁଥିଲେ କେତେ ଖେଳ 

ଆଖିକୁ ପାଉନି ସେହି ସନ୍ତାନର ଛବି 

              ବାହୁଡ଼ି ନେଇଛି କାଳ ବଳ 


ମୋ ଛାତିରୁ ଦିନେ ବୋହି ଯାଉଥିଲା 

                  ଅମୃତର ଜଳ ଧାର

ଅମୃତ ନୀର ଆଜି ଅଯୋଗ୍ୟ ସାଜିଛି 

               ପାନ କରିବା କଷ୍ଟକର 


ମୋ ଉପରେ କେତେ ସ୍ଥାପନ କରିଛ 

                  ନାନାଦି ଶିଳ୍ପାଗାର 

ପ୍ରକୃତିର ଏହି ନିର୍ମଳ ବାୟୁ ଆଜି 

              ହୋଇଛି ବିଷାକ୍ତ ଭଣ୍ଡାର 


ମୋ ଗର୍ଭରେ ଦିନେ ଭରି ରହିଥିଲା

                ଶସ୍ୟ ସମ୍ପଦ ଆହାର 

ଅଳିଆ ଆବର୍ଜନାରେ ଭରିଦେଲ ଆଜି

               ଚାଲିବାକୁ ଲାଗୁଚି ଡର 


ମୋ ଉପରେ ବସି ସଭା କରୁଥିଲେ 

             କିଚିରି ମିଚିରି ରାବ ଦେଇ 

ସେହି ସ୍ୱର ଆଜି କର୍ଣ୍ଣକୁ ପାଉନି ଗଲେ

                କୁଆଡେ ଉଭା ହୋଇ 


ସବୁଠୁ ସୁନ୍ଦର ଥିଲା ଏ ସଂସାର 

                 ପ୍ରାକୃତିକ ଗନ୍ତାଘର 

ସାରା ସଂସାରକୁ ଆଜି ମଳିନ କରିଛ 

              ଆଖିରେ ଦେଇ ଲୁହଧାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational