ଧୋକା
ଧୋକା
ଭଲ ପାଇବାଟା ପାପ ନୁହେଁ ପ୍ରିୟା
ଭୁଲି ଯିବା ପାପ ତୋରି ,
କେମିତି ସହିବି ତୁ ଯଦି ଚାଲିବୁ
ପ୍ରିୟା ଆଉ କା ହାତ ଧରି ।।
ଭଲ ତତେ ପାଇଥିଲି ମୁଁ
ମୋ ଜୀବନଠୁ ଅଧିକ ,
ଆଜି ମୋତେ କହୁଚୁ ତୁ
ମୁଁ ମୂଲ୍ୟହୀନ ପ୍ରେମିକ ।।
ତୋ ପାଇଁ ଥିଲି ମୁଁ ଦିନେ
ଯେ ପାଗଳ ଭଅଁର ,
ତୁ ଧକ୍କା ଦେବା ପରେ ତୋ ପାଇଁ
ପିଉଛି ଲୋ ଜହର ।।
ଭଲପାଇ ତତେ ଆଜି
ମୁଁ ଭୁଲ ତ କରିଛି ,
ସେଥିଯୋଗୁଁ ପ୍ରତି ମୁହୂର୍ତ୍ତରେ
ବିରହ ନିଆଁରେ ଜଳୁଛି ।।
ତୁ କ'ଣ ଭାବୁଥିଲୁ ସେକଥା
କେବେ ମୁଁ ଜାଣିନି ,
ଏତିକି ଜାଣିଛି ତୋତେ କେବେ ବି ଲୋ
ଧର୍ମ ସହିବନି ।।
ଚାଲିଗଲୁ ଆଜି ଅଧାବାଟେ ଛାଡ଼ି
ଲୁହ ମୋ ଆଖି ରେ ଖାଲି ,
ଥରୁଟିଏ କହିଦେ ମୋତେ
ଭୁଲି ତୁ ଯାଇଛୁ ବୋଲି ।।

