ଧନ୍ୟ ପ୍ରଭୁ
ଧନ୍ୟ ପ୍ରଭୁ

1 min

33
ଧନ୍ୟ ଆହେ ପ୍ରଭୁ ଅନନ୍ତ ସୃଷ୍ଟିରେ ଭରା ଅନ୍ତହୀନ ଶୋଭା ସ୍ଥାପତ୍ୟ; ଅବିଶ୍ଵସନୀୟ ସୂକ୍ଷ୍ମ ଶିଳା ରେଣୁ ସାଜେ ମୁକ୍ତା ବିନ୍ଦୁ ଏ କି ବୈଚିତ୍ର୍ୟ ।୧।
ଯେତେ ଦୂର ଦେଖି ପାରେ ଏହି ଆଖି ତୁମରି ଶୋଭାର ଆଦର;କବି ଲେଖନୀର ସୌନ୍ଦର୍ଯ୍ୟକୁ କେହି ବୁଝିବାକୁ କିନ୍ତୁ ନୁହେଁ ତତ୍ପର ।୨।
ଅଳୀକ ସୌନ୍ଦର୍ଯ୍ୟ ପ୍ରିୟ ଏ ମାନବ ଶାଶ୍ଵତ ସତ୍ୟ କୁ ମଣେ ନୀରସ;ବିଳାସର ଉଚ୍ଚ ସୌଧ ଗଢି ଉଠେ ଆଦର ନ ପାଏ ଦରିଦ୍ର ବାସ ।୩।
ଶାନ୍ତି ମୈତ୍ରୀ ଭିତ୍ତି ଦୋହଲି ଯାଇଛି ସ୍ବାର୍ଥ ଲାଗି ନର ଧାଉଁଛି ସଦା;ଗାନ୍ଧୀ ଗୋପବନ୍ଧୁ ସେବାର ଆଦର୍ଶ ପୋଡ଼ିକି ହେଲାଣି ପାଉଁଶ ଗଦା ।୪।
ବେଳ ହୁଁ ସତର୍କ ହୁଅ ହିଂସା ଈର୍ଷା ତେଜି ଚାଲ ଆଗେ କରି ସାହସ;ସତ୍ୟ ଧର୍ମପଥେ ଥିଲେ ଭବିଷ୍ୟତ ସ୍ବର୍ଣ୍ଣାକ୍ଷରେ ଲେଖିବ ଇତିହାସ ।୫।