Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Priyadarshani Das

Others

4.7  

Priyanka Priyadarshani Das

Others

ଧନ୍ୟ ତୁମେ ଜଗନ୍ନାଥ

ଧନ୍ୟ ତୁମେ ଜଗନ୍ନାଥ

1 min
7.1K


ନନ୍ଦିଘୋଷ ରଥେ ଭକତଙ୍କ ସାଥେ

ଆସ ତୁମେ ଢଳିଢଳି;

ବରଷକ ଥରେ ବୁଲିଆସ ପୁରେ

ଚନ୍ଦନ କର୍ପୂର ବୋଳି।


ଚାରୁ ଚିତା ଝୋଟି ବେଶ ପରିପାଟୀ

ସୃଜେ ମନେ ଆଲୋଡନ ;

ଭକତ ମନରେ ବସିଛ ସ୍ନେହରେ

ଧନ୍ୟ କାଳୀୟ ଗଞ୍ଜନ ।


ବାମ ପଟେ ଭାଇ ଦକ୍ଷିଣେ ଗୋସାଇଁ

ସୁଭଦ୍ରା ମଝିରେ ଥାଇ;

ରଥାରୂଢ ସ୍ୱାମୀ ଶ୍ରଦ୍ଧାଳୁଙ୍କ ପ୍ରେମୀ

ଚାଲନ୍ତି ଗତି ମିଳାଇ।


ପଥେ ପଥେ ତାଳି ଶଙ୍ଖ ହୁଳହୁଳି

ଭକତେ ଦିଅନ୍ତି ଭେଟି;

ଝାଞ୍ଜ ଶବଦରେ ସବୁ ସମସ୍ୱରେ

ଗୀତ ଆଣନ୍ତି ସାଉଁଟି।


ଜୟ ଜଗନ୍ନାଥ ଅନାଥର ନାଥ

ଭବ ତୁମେ ହେଁ ଗୋସାଇଁ;

ତୁମ ନାମ ଧରି ମୃତ୍ୟୁ ନେବି ବରି

ମୁକତି ଟିକକ ପାଇ।



Rate this content
Log in