Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Classics

3  

Ansuman Swain

Classics

ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ଲୀଳା

ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ଲୀଳା

1 min
248



ସତେ କେଡେ ଭାଗ୍ୟ ମୋର

                 ତମକୁ ପାଇଲି

ତମରି ଦର୍ଶନେ ମୁହିଁ 

                ଦୁନିଆଁ ଦେଖିଲି ।

ତମ ଦାସ ହେବା ପାଇଁ

            ମନେ ମୁଁ ଭାବିଲି

ତମରି ପଥରେ ମୁହିଁ

           ପଥକ ସାଜିଲି ।

ସତେ କେଡେ ଭାଗ୍ୟ ମୋର

                                

     ତମକୁ ପାଇଲି......

ନିଳାଚଳ ବାସୀ ତୁମେ

       ଆହେ ପ୍ରଭୁ ନାଥ

ତମରି କୃପାରୁ ମୁହିଁ

         ହୋଇ ଅଛି ଜାତ ।

ତନୁ ମନେ ପ୍ରଭୁ ତମେ

              ବୋଳିଲ ରଙ୍ଗୋଲି

ସେହି ରଙ୍ଗ ହେଲା ଗଲା

                 ସରଧାର ବାଲି ।

ସତେ କେଡେ ଭାଗ୍ୟ ମୋର

                                    

 ତମକୁ ପାଇଲି......


ସୁଖ ଦୁଃଖ ମୋତେ ଦେଲ

           ଆହେ ଭାବ ଗ୍ରାହୀ

ସୁନାର ସଂସାର ହସ୍ତେ

           ତମେ ଦେଲ ଥୋଇ ।

ତମ ପାଇଁ ପ୍ରଭୁ ମୁହିଁ

           ସଂସରେ ନାଚିଲି

ତମ ଗୀତ , ଗାଇ ,ଗାଈ

            ଦିନ ମୁଁ କାଟିଲି ।

ସତେ କେଡେ ଭାଗ୍ୟ ମୋର

                                     

ତମକୁ ପାଇଲି......



Rate this content
Log in

Similar oriya poem from Classics