ଦେଖିଚ କି' ପାରମ୍ପରିକ ଲୋକକଳା
ଦେଖିଚ କି' ପାରମ୍ପରିକ ଲୋକକଳା
ଅଭିମାନ କରି; ଋଷି ଶୋଇ ଯାଇଥିବା,
ଶରୀର ଟା ହିଁ ଲୁହର ମୂଲ୍ୟ ବୁଝିପାରେ ?
କିନ୍ତୁ,
ସେଡେଙ୍ଗା- ସଠ- ମର-ଶରୀର ଟା ପାଖରେ,
ନିଜ ଲୋକ ବସି; କାନ୍ଦିବା ର ପାରମ୍ପରିକ ଲୋକକଳା,
ଆଜିବି ଚିତ୍ତ ଆକର୍ଷକ !
କିଛି ଦିନ ଧରି; ଖାଦ୍ୟ ପାଇନଥିବା,
ଭୋକିଲା ପେଟ ହିଁ, ଖାଦ୍ୟର ସ୍ବାଦ ଜାଣିପାରେ?
କିନ୍ତୁ,
ବାରି ପେଟ ଆସନ ପାରି - ଅତୃପ୍ତ ଆତ୍ମକୁ;
ନାନା ଦି ବ୍ୟଞ୍ଜନ ପରଷିବା ର ପାରମ୍ପରିକ ଲୋକକଳା,
ଆଜିବି ଚିତ୍ତ ଆକର୍ଷକ!
