Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational Others

5.0  

Writer Roja Panda

Inspirational Others

ଡାକ୍ତର

ଡାକ୍ତର

1 min
2.5K


ଅଦ୍ଭୁତ ଏ ଡାକ୍ତରଙ୍କ ଜୀବନ ବାଗ ଭଙ୍ଗୀ

ରକ୍ତ ଜୁଡୁବୁଡୁ କ୍ଷତାକ୍ତ ଶରୀରେ,

ନିଜ ଦକ୍ଷତା ଓ କୌଶଳ ବଳରେ,

ଆରୋଗ୍ୟ କରନ୍ତି ସେଇ ଶରୀରକୁ

ପୀଡା ରୂପୀ ଦାନବକୁ ଦୂରକୁ ଫିଙ୍ଗି ।।


ହେଇଥାଉ ପଛେ ଅସ୍ଥି ଖଣ୍ଡ ଖଣ୍ଡ

ଚିକିତ୍ସା ପନ୍ଥାର ଅସ୍ତ୍ରୋପଚାରରେ,

ଭଗ୍ନାବସ୍ଥାକୁ ସେ ନୂଆ ପ୍ରଣାଳୀରେ,

ଭିନ୍ନ ଢାଞ୍ଚା ଦେଇ ସେ ଭଙ୍ଗା ଅସ୍ଥିକୁ

ଭରନ୍ତି ପୁନଃ ପ୍ରାଣରେ ପିଣ୍ଡ ।।


ସନ୍ଧି ପ୍ରଦାହ ଓ ଗଣ୍ଠିବାତ ପରି କଷ୍ଟ

ଦୂର କରିବାକୁ ହୁଅନ୍ତି ସକ୍ଷମ,

ଯଦ୍ୱାରା ରୋଗୀଙ୍କୁ ମିଳେ ଉପଶମ,

ଜୈବ ଯୌଗିକର ଭାଗମାପ ଦେଇ

ଭୂତାଣୁ, ବୀଜାଣୁ କରନ୍ତି ନଷ୍ଟ ।।


ସମୟ ଠିକଣା ନରଖି ନିଜର

ରୋଗୀର ସୁରକ୍ଷା ଆଗେ ଚିନ୍ତାକରି,

ଅଧ ରାତ୍ରି ହେଉ ଅବା ଦିନ ଘଡି,

ଦୌଡୁ ଥାଆନ୍ତି ପାଇଲେ ଖବର

ନଭାବି ମନରେ ଆପଣା ପର ।।


ରୋଗୀ ପାଇଁ ଭୁଲନ୍ତି ସେ ନିଜ ସଂସାର

ତଥାପି ଅକସ୍ମାତ ଆୟୁଷ ପୁରିଲେ,

ଚିକିତ୍ସା କାଳରେ ରୋଗୀ ମୃତ ହେଲେ,

ବିନା ଦୋଷେ ପୁଣି ଡାକ୍ତର ସହନ୍ତି

ପରିଚାଳକର ଦୁର୍ବ୍ୟବହାର ।।


ବୁଝିବାକୁ ହେବ ତାଙ୍କରି ମୂଲ୍ୟ

ସମାଜ ଯାହାକୁ ସମ୍ମାନ ଦିଏ,

ଦ୍ୱିତୀୟ ଈଶ୍ୱର ବୋଲାନ୍ତି ଯିଏ,

ସଭିଏଁ ତାହାଙ୍କୁ ସମର୍ଥନ କରି

ଭକ୍ତି କରୁଥିବା ଈଶ୍ୱର ତୁଲ୍ୟ ।।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର,

ମଧୁପାଟଣା, କଟକ-୭୫୩୦୧୦


Rate this content
Log in

Similar oriya poem from Inspirational